ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ସୁନ୍ଦରଗଡ଼ରୁ ନିଖୋଜ ହୋଇଥିବା ନାବାଳିକା ରାଜସ୍ଥାନର ଝୁନଝୁନରୁ ଉଦ୍ଧାର ହୋଇଛନ୍ତି। ନାବାଳିକାଙ୍କ ବାପାଙ୍କ ଅନୁସାରେ ଓଡ଼ିଶା ପୋଲିସ ତାଙ୍କୁ ସାହାଯ୍ୟ କରିନଥିଲେ।

ଯାହା ପରେ ସେ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଜ ମାନବିକତା ଦୃଷ୍ଟିରୁ ସେମାନେ ଖୋଜିବା ଆରମ୍ଭ କରି ରାଜସ୍ଥାନର ଝୁନଝୁନ୍‌ରୁ ଉଦ୍ଧାର କରିଥିଲେ।

ଏହା ପରେ ଦିଲ୍ଲୀ ମହିଳା କମିଶନ ସ୍ୱାତୀ  ମାଲିୱାଲ କହିଛନ୍ତି,”ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ ଯେଉଁ ପୋଲିସ୍‌ ଅଧିକାରୀ ଏଥିରେ ସଂପୃକ୍ତ ଏବଂ ଯେଉଁମାନେ ଅଭିଯୁକ୍ତ ଅଛନ୍ତି ସମସ୍ତଙ୍କୁ ଗିରଫ କରନ୍ତୁ। ଝିଅକୁ କ୍ଷତିପୂରଣ ଦିଅନ୍ତୁ।”

ଏହା ସହିତ ସେ ଆହୁରି କହିଛନ୍ତି କି,”ଥରେ ଝୁନଝୁନ୍‌ ପୋଲିସ ଝିଅକୁ ଓଡ଼ିଶା ନେଇ ଯାଇଥିଲେ କିନ୍ତୁ ପୋଲିସ ତାଙ୍କୁ ପୁଣି ଅଭିଯୁକ୍ତଙ୍କ ସାଙ୍ଗରେ ପଠାଇଦେଲେ।”

ଏହା ପରେ ମୁଖ୍ୟମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଝିଅଙ୍କ ପରିବାର ଲୋକେ। ଅନ୍ୟପଟେ ଝିଅଟି ଏବେ ୯ମାସ ଗର୍ଭବତୀ ଥିବାରୁ ତାଙ୍କର ଏକ ମେଡିକାଲରେ ଚିକିତ୍ସା ଚାଲିଛି।

Comment