ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ଚୋର ତଥା ଅଭିଯୁକ୍ତଙ୍କ ଠାରୁ ସତ ଓଗାଳିବା ପାଇଁ ପୋଲିସ ମାଡ଼ ମାରି ବା ଭୟ ଦେଖାଇ କଥା ଆଦାୟ କରିଥାଏ। କିନ୍ତୁ ଇଣ୍ଡୋନେସିଆରେ ଏକ ଅଜବ ଧରଣର ଘଟଣା ଘଟିଛି। ଜଣେ ଅଭିଯୁକ୍ତ ଠାରୁ ସତ ଆଦାୟ କରିବା ପାଇଁ ତା ବେକରେ ଜୀବନ୍ତ ସାପ ଗୁଡ଼େଇ ଦେଇଛନ୍ତି ପୋଲିସ।

ବର୍ତ୍ତମାନ ପୋଲିସର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସାମ୍ନାକୁ ଆସିବା ପରେ ପୋଲିସ ଅଧିକାରୀ ଜଣଙ୍କ କ୍ଷମା ମାଗିଛନ୍ତି। ଘଟଣାରେ ସାମିଲ ଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି।

ମୋବାଇଲ ଚୋରି ବିଷୟରେ ପୋଲିସ ଏକ ସନ୍ଦିଗ୍ଧ ଚୋରକୁ ପଚରାଉଚରା କରୁଥିବା ଭିଡିଓରେ ନଜର ଆସିଛି। ଅଭିଯୁକ୍ତକୁ ତଳେ ବସାଇ ଦିଆଯାଇ ତାହାର ହାତକୁ ବାନ୍ଧି ଦିଆଯାଇଛି। ଜଣେ ଅଧିକାରୀ ଅଭିଯୁକ୍ତ ଉପରକୁ ସାପ ପକାଇଦେଉଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି। ସାପ ପକାଇବା ପରେ ଅଭିଯୁକ୍ତ ଭୟଭୀତ ଥିବା ଦେଖାଯାଉଛି।

ଅଭିଯୁକ୍ତକୁ ଆଖି ଖୋଲିବାକୁ କଡ଼ା ସ୍ୱରରେ କୁହାଯାଉଥିବା ବେଳେ ଅନ୍ୟଜଣେ ପାଟିରେ ସାପ ପୁରାଇ ଦେବାକୁ ଧମକ ଦିଆଯାଉଥିବା ଶୁଣିବାକୁ ମିଳୁଛି। ଭିଡିଓଟି ଭାଇରାଲ ହେବା ପରେ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ସାପଟି ବିଷାକ୍ତ ନଥିବା ସଫେଇ ଦେଇଛନ୍ତି ପାପୁଆ ଥାନାର ବରିଷ୍ଠ ପୋଲିସ ଅଧିକାରୀ।

Comment