ଓଡ଼ିଶାଲାଇଭ୍ ବ୍ୟୁରୋ

ରାଫେଲ ବିମାନକୁ ନେଇ ସବୁବେଳେ ଉଭୟ ବିଜେପି ଓ କଂଗ୍ରେସ ପରସ୍ପରକୁ ଟାର୍ଗେଟ କରୁଥିବା ବେଳେ ବୁଧବାର ରାଜ୍ୟସଭାରେ ମୋଦିସରକାର ରାଫେଲକୁ ନେଇ CAG ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଏନଡିଏ ସରକାରଙ୍କ ରାଫେଲ ଡିଲ୍‌ ୟୁପିଏ ସରକାରଙ୍କ ରାଫେଲ ଡିଲଠୁ ଅନେକ ଶସ୍ତା।

ତେବେ ଆସନ୍ତୁ ଜାଣିବା ରାଜ୍ୟସଭାରେ ଉପସ୍ଥାପନ ହୋଇଥିବା CAG ରିପୋର୍ଟ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

୧-ଏନଡିଏ ସରକାଙ୍କ ରାଫେଲ ଡିଲ୍‌ ପୂର୍ବ ସରକାରଙ୍କଠୁ ୨.୮୬ ପ୍ରତିଶତ ଶସ୍ତା।

୨-ଉଡାଣ ଲାଗି ପ୍ରସ୍ତୁତ ଥିବା ବିମାନର ଦର ୟୁପିଏ ସରକାରଙ୍କ ଡିଲ୍‌ ସହ ସମାନ।

୩-ମୋଦିସରକାର ଯେଉଁ ୯ପ୍ରତିଶତ ଶସ୍ତା ଡିଲ ବାବଦରେ କହିଥିଲେ ତାହାକୁ CAG ରିପୋର୍ଟରେ ଖାରଜ କରାଯାଇଛି।

୪- CAG ରିପୋର୍ଟରେ ରାଫେଲ ବିମାନର ଦାମ ବାବଦରେ କୁହାଯାଇନାହିଁ।

୫-ରିପୋର୍ଟରେ କୁହାଯାଇଛି ଏହି ଡିଲ୍‌ରେ ଗତ ଡିଲ୍‌ର ପାଖାପାଖି ୧୭.୦୮ ପ୍ରତିଶତ ଟଙ୍କା ସେଭ କରାଯାଇପାରିଛି।

୬-ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏହି ଡିଲ ଫାଇନାଲ କରିବା ଲାଗି ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଛି।

୭-ୟୁପିଏ ସରକାରଙ୍କ ଡିଲ ଅନୁସାରେ ରାଫେଲ ବିମାନର ଡେଲିଭରି ୭୨ ମାସରେ ହେବାର ଥିଲା ଯାହା କରାଯାଇନାହିଁ।

୮-୧୮ଟି ରାଫେଲ ବିମାନ ଗତ ଡିଲ୍‌ ଅନୁସାରେ ୫ ମାସ ପୂର୍ବରୁ ଭାରତକୁ ଆସିଯିବ।

୯-ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଥିଲାକି ନୂଆ ଡିଲ୍‌ ଅନୁସାରେ ବାର୍ଷିକ ୯ ପ୍ରତିଶତ ଶସ୍ତା ଅଟେ। ଏହା ୨୦୦୭ରେ ୧୨୬ ବିମାନ ଲାଗି ଉପସ୍ଥାପନ ହୋଇଥିବା ବିଲ ତୁଳନାରେ ଶସ୍ତା ଥିଲା।

ଅନ୍ୟପଟେ ଏହାକୁ ନେଇ ରାଜ୍ୟସଭାରେ ହୋହାଲ୍ଲା ହଙ୍ଗାମା ଦେଖିବାକୁ ମିଳିଛି। ଏପରିକି ସୋନିଆ ଗାନ୍ଧି ରାଫେଲକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

Comment