ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାହକଙ୍କ ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ପକ୍ଷରୁ ଏକ ଭଲ ଖବର। (ଟ୍ରାଇ) ଟେଲିଭିଜନ ଚ୍ୟାନେଲ ମୋନନୟନ ସମୟସୀମାକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବଢାଇଦେଇଛି।
ସମୟସୀମା ବଢିବା ପରେ ଗ୍ରାହକ ମାନେ ଏବେ ନିଜ ପସନ୍ଦର ଚ୍ୟାନେଲ ବାଛିବା ଲାଗି ଅଧିକ ସମୟ ପାଇପାରିବେ। ଏହା ସହିତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପୁରୁଣା ପ୍ଲାନ ଅନୁସାରେ ଚ୍ୟାନେଲ ସବୁ ଦେଖିପାରିବେ।
ତେବେ ଯେଉଁ ଗ୍ରାହକ ମାନେ ମାର୍ଚ୍ଚ ୩୧ ସୁଦ୍ଧା ନିଜ ପସନ୍ଦର ଚ୍ୟାନେଲ ନ ବାଛିବେ ସେମାନେ ଅଟୋମେଟିକ ସ୍ୱୟଂକ୍ରିୟ ଭାବେ ଶ୍ରେଷ୍ଠ ଫିଟ୍ ପ୍ଲାନ୍କୁ ଚାଲିଯିବେ। ଏହାକୁ ଗ୍ରାହକଙ୍କ ଭାଷା, ବ୍ୟବହାର ଏବଂ ପସନ୍ଦର ଚ୍ୟାନେଲକୁ ନଜରରେ ରଖି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।














