ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ମାସ ୩୧ତାରିଖ(ରବିବାର) ଦେଶରେ ବ୍ୟାଙ୍କ ଶାଖା ଖୋଲାରହିବ। ସରକାରୀ ବ୍ୟବସାୟୀଗୁଡ଼ିକୁ ପରିଚାଳନା କରୁଥିବା ସମସ୍ତ ବ୍ୟାଙ୍କ ଏଜେନ୍ସି ଏହି ଦିନ ବ୍ୟାଙ୍କ ଖୋଲା ରଖିବାକୁ ଆରବିଆଇ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଏହା ବ୍ୟତିତ ସରକାରୀ ପେମେଣ୍ଟ ଏବଂ ଆକାଉଣ୍ଟ କାର୍ଯ ସହ ଜଡ଼ିତ ବ୍ୟାଙ୍କ ଶାଖା ରବିବାର ଖୋଲ ରଖିବାକୁ ମଧ୍ୟ ଆରବିଆଇ ପରାମର୍ଶ ଦେଇଛି।

ତେବେ ରବିବାର ଚଳିତ ଆର୍ଥିକ ବର୍ଷର ଶେଷ କାର୍ଯ୍ୟଦିବସ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଯଦିଓ ରବିବାର ବ୍ୟାଙ୍କ ଶାଖା ଖୋଲା ରହିବ ତେବେ ଏହିଦିନ ସାଧାରଣ ଗ୍ରାହକଙ୍କ କାରବାର କମ୍‌ ହେବା କୁହାଯାଉଛି।

Comment