ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିନଥିବା ଚାଳକଙ୍କ ପାଇଁ ସତର୍କ ସୂଚନା। ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଏଣିକି କଟିବ ଚାଲାଣ। ଜାନୁଆରି ୧୫ ତାରିଖରୁ ଏହି ନିୟମ ଲାଗୁ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ସୂଚନା ଦିଆଯାଇଛି।

ଶେଷ ନମ୍ବର ୧, ୨, ୩, ୪, ୫ ଓ ୬ ଥିବା ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଆସନ୍ତା ୧୫ ତାରିଖରୁ ଚାଲାଣ କଟାଯିବ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିବା ଗାଡ଼ିଗୁଡ଼ିକ ନିମନ୍ତେ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ କଟାଯିବ। ଏହି ନମ୍ବରର ଗାଡ଼ିଗୁଡ଼ିକ ଲାଗି ଶେଷ ତାରିଖ ଥିଲା ୨୦୨୨ ମସିହା ଡିସେମ୍ବର ୩୧।

ସେହିଭଳି ଯେଉଁ ଗାଡ଼ିଗୁଡ଼ିକର ଶେଷ ନମ୍ବର ୭ରୁ ୮ ଥିବା ତା’ ଲାଗି ଆସନ୍ତା ଜାନୁଆରି ୩୧ ତାରିଖ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ କୁହାଯାଇଛି। ଏହା ସହିତ ଯେଉଁ ଗାଡ଼ିଗୁଡ଼ିକର ଶେଷ ନମ୍ବର ୯ ଏବଂ ୦ ଥିବା ସେଥିଲାଗି ଆସନ୍ତା ଫେବ୍ରୁଆରି ୨୮ ତାରିଖ ଶେଷ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ କରିବା ଲାଗି କୁହାଯାଇଛି।

Tags: #NumberPlate #HighSecurityNumberPlate #Deadline #Fine #Odisha #EChallan

Comment