ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ଗାଡ଼ି ଚାଳକଙ୍କଠାରୁ ଚାଲାଣ କାଟିବା କିମ୍ବା ଜୋରିମାନା ଆଦାୟ କରିପାରିବେ ନାହିଁ ଟ୍ରାଫିକ୍ ଏଏସଆଇ। ଟ୍ରାଫିକ୍ ଏଏସଆଇଙ୍କ ଦ୍ଵାରା ଇ-ଚାଲାଣ ଏବଂ ଜୋରିମାନା ଆଦାୟ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି ରାଜ୍ୟ ପରିବହନ ପ୍ରାଧିକରଣ।

ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଚାଳକଙ୍କଠାରୁ ଟ୍ରାଫିକ୍ ଏଏସଆଇ ଜୋରିମାନା ଆଦାୟ କରିବା ଏବଂ ଚାଲାଣ କାଟିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଗତ ସେପ୍ଟେମ୍ବର ୧୩ ତାରିଖରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା।

ମଙ୍ଗଳବାର ଦିନ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରାଯାଇଥିବା ଉଲ୍ଲେଖ କରି ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ଚିଠି ଲେଖିଛି ରାଜ୍ୟ ପରିବହନ ପ୍ରାଧିକରଣ।

Tags: #TrafficPolice #TrafficeRure #Odisha #Echallan #TrafficASI

Comment