ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ସହରରେ ପିଲାଙ୍କୁ ନେଇ ଯାତାୟତ କରୁଥିବା ସ୍କୁଲ ବସ୍‌ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଗତ ଏପ୍ରିଲ ୨୦ ତାରିଖଠାରୁ ଆରମ୍ଭ ହୋଇଛି। ଗାଡ଼ିଗୁଡ଼ିକର ଫିଟ୍‌ନେସ୍, ଲାଇସେନ୍ସ ଏବଂ ପରମିଟ ଆଦିର ଯାଞ୍ଚ କରାଯାଉଛି। ଯାଞ୍ଚର ପ୍ରଥମ ଦିନରେ ପରିବହନ ବିଭାଗ ୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି। ଏହି ଜୋରିମାନା ଆଦାୟ କରିଛି କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ।

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହରର ନେତାଜୀ ଇଂଲିଶ ମିଡିୟମ ସ୍କୁଲକୁ ଟ୍ୟାକ୍ସ, ପରମିଟ ଏବଂ ଇନୁସାରାନ୍ସ ନଥିବାରୁ ଏହା ବାବଦକୁ ୪ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ପରିବହନ ବିଭାଗର ଇନ୍ସପେକ୍ଟର ରାଜା ନାରାୟଣ ସ୍ୱାଇଁ ଯାଞ୍ଚ କରି ଏହି ଜୋରିମାନା କରିଛନ୍ତି। ସେମିଳିଗୁଡ଼ା ଜାତୀୟ ରାଜପଥରେ ପିଲାଙ୍କୁ ନେଇ ଯାଉଥିବା ବସ୍‌କୁ ଅଟକାଇ ଯାଞ୍ଚ କରାଯିବା ସମୟରେ ବସ୍‌ଟିର ଟ୍ୟାକ୍ସ ଡିପୋଜିଟ୍ ହୋଇନଥିବା ଜଣାପଡ଼ିଥିଲା। ଏହା ସହ ଏହି ବସର ପରିମିଟ୍ ନଥିଲା କିମ୍ବା ଏହାର ଇନସ୍ୟୁରାନ୍ସ ନଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଫଳରେ ପରିବହନ ବିଭାଗ ପକ୍ଷରୁ ଏହି ଜୋରିମାନା କରାଯାଇଥିଲା।

Tags: #TransportDept #Odisha #KoraputSemiliguda #SchoolBusFitnessChecking #Fine

Comment