ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ସେଣ୍ଟ୍ରାଲ୍‌ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ୍‌ର (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଏହି ପରୀକ୍ଷା ଫେବ୍ରୁଆରି ୧୫ରୁ ଏପ୍ରିଲ୍‌ ୪ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସାରା ଦେଶରେ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜିକରଣ ବେଳେ ଓଡ଼ିଶାରୁ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ନାମ ଲେଖିଛନ୍ତି। ପୂର୍ବାହ୍ନ ୧୦ଟା ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍‌ଣ ୧ଟା ୩୦ରେ ସରିବ।

ପରୀକ୍ଷା କେନ୍ଦ୍ର ଭିତରକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ କିଛି ସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଛି। ଆଡମିଟ୍‌ କାର୍ଡ ସହ ସ୍କୁଲ ପରିଚୟ ପତ୍ର ନେଇ ପରୀକ୍ଷା ହଲ୍‌ ଭିତରକୁ ଛାତ୍ରଛାତ୍ରୀମାନେ ପ୍ରବେଶ କରିପାରିବେ। ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏଥର ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି।

Comment