ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନଙ୍କ ଅଭିନୟ,ଷ୍ଟାଇଲ୍‌ ଓ ବ୍ୟକ୍ତିତ୍ୱ ଲାଗି ପୁରା ଦୁନିଆ ତାଙ୍କୁ ଜାଣିଛି। ସମସ୍ତଙ୍କ ଲାଗି ଅମିତାଭ ରୋଲ ମଡେଲ ଅନେକ ତାଙ୍କ ଷ୍ଟାଇଲକୁ କପି ବି କରିଥାନ୍ତି।

ଏହି ମେଗାଷ୍ଟାର ଏହା ଭିତରେ ଇଣ୍ଡଷ୍ଟ୍ରୀରେ ୫୦ବର୍ଷ ପୂରଣ କରିଛନ୍ତି। ଏହି ବିଶେଷ ଅବସରରେ ପୁଅ ଅଭିଷେକ ଏକ ଇମୋସନାଲ ଚିଠି ଲେଖିଛନ୍ତି।

 

View this post on Instagram

 

ICON! To me, he’s so much more. My father, best friend, guide, best critic, greatest support, idol….. HERO! 50 years today he started his journey in films. Even today, his passion and love for his craft and work is the same as I’m sure it was on the first day. Dearest Pa, today we celebrate you, your talent, your passion, your brilliance and your immense influence. Can’t wait to see what you have in store for the next 50 years. The coolest thing he taught me today…. As I went, in the morning to wish him for completing 50 years of being an actor and to tell him that I was leaving for work- I asked him where he was all ready to go to? He said….. To work! ? . . . . #50yrsofBigB #amitabhbachchan #BigB

A post shared by Abhishek Bachchan (@bachchan) on

 ଅଭିଷେକ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଅମିତାଭଙ୍କ ଟି ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି,”ମୋ ପାଇଁ ସେ କେବଳ ଆଇକନ୍‌ ନୁହଁନ୍ତି ବରଂ ତାଠୁ ଅଧିକ। ସେ ମୋ ଲାଗି ଜଣେ ବାପା,ସାଙ୍ଗ, ମାର୍ଗଦର୍ଶକ,ଆଦର୍ଶ, ଜଣେ ହିରୋ ଓ ସବୁଠୁ ବଡ଼ ସାହାର ଅଟନ୍ତି।”

“ଆଜିକୁ ୫୦ବର୍ଷ ପୂର୍ବେ ସେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ମୋତେ ପୁରା ଭରସା ଅଛି କି ଆଜି ସେ ତାଙ୍କ କାମ ପ୍ରତି ଯେତିକି ଡେଡିକେଟେଡ, ଯେଉଁଦିନ ସେ କାମ ଆରମ୍ଭ କରିଥିଲେ ସେଦିନ ବି ଏତିକି ଡେଡିକେଟେଡ୍‌ ଥିବେ। ”

ବିଗ୍‌ ବି ୧୯୬୯ମସିହାରେ ସାତ୍‌ ହିନ୍ଦୁସ୍ତାନୀରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ଆନନ୍ଦ ଫିଲ୍ମରେ ନଜର ଆସିଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣିଛନ୍ତି ଅମିତାଭ।

LEAVE A REPLY

Please enter your comment!
Please enter your name here