ଓଡ଼ିଶାଲାଇଭ୍ ବ୍ୟୁରୋ

“ଦେଶ ସେବାରେ ମୁଁ ମୋର ଗୋଟିଏ ପୁଅକୁ ହରେଇଛି, ମାତୃଭୂମି ପାଇଁ ଆଉ ଗୋଟେ ପୁଅକୁ ବି ପଠେଇବି। କିନ୍ତୁ ପାକିସ୍ତାନକୁ କଡ଼ା ଜବାବ ମିଳିବା ଦରକାର”, ଏହି ଶବ୍ଦ ସେହି ପିତାଙ୍କର ଯିଏ ଗୁରୁବାର ପୁଲୱାମା ଆକ୍ରମଣରେ ନିଜ ଯବାନ ପୁଅକୁ ହରେଇଛନ୍ତି।

ପୁଲୱାମା ଆକ୍ରମଣରେ ୪୪ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବିହାର ଭାଗଲପୁରର ରତନ ଠାକୁର ସାମିଲ ଅଛନ୍ତି। ପୁଅର ସହିଦ ଖବର ଶୁଣି ରତନ ଠାକୁରଙ୍କ ବାପା ଭାବ ବିହ୍ୱଳ ହୋଇ ଏଭଳି କହିଛନ୍ତି।

ପୁଲୱାମାରେ ସହିଦ ହୋଇଥିବା ସମସ୍ତ ଯବାନ ଦେଶର ପ୍ରତି କୋଣ ଅନୁକୋଣରୁ ରହିଛନ୍ତି। ପରିବାରଠାରୁ ଦୂରରେ ରହୁଥିବା ଏହି ଯବାନମାନଙ୍କ ସହିଦ ଖବର ତାଙ୍କ ପରିବାରକୁ ଗଭୀର ଦୁଃଖ ମଧ୍ୟକୁ ଠେଲି ଦେଇଛି।


















