ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟର ବିରାଟ କୋହଲି ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାକୁ ପରେ ଶନିବାର ହେବାକୁ ଥିବା ଆରପି ଏସଜି ଭାରତୀୟ ଖେଳ ସମ୍ମାନ କାର୍ଯ୍ୟକ୍ରମକୁ ସ୍ଥଗିତ କରିଛନ୍ତି।
The RP-SG Indian Sports Honours has been postponed. At this heavy moment of loss that we all find ourselves in, we would like to cancel this event that was scheduled to take place tomorrow.
— Virat Kohli (@imVkohli) February 15, 2019
ଗୁରୁବାର ହୋଇଥିବା ଆତଙ୍କୀ ହମଲାରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି।
ବିରାଟ ଖେଳ ସମ୍ମାନ କାର୍ଯ୍ୟକ୍ରମ ରଦ୍ଦ ନେଇ ଟୁଇଟରରେ ସୂଚନା ଦେଇଥିଲେ। ଏହା ସହିତ ବିରାଟ ଲେଖିଛନ୍ତି,”ଏହି ଘଟଣା ଆମ ଦେଶପାଇଁ ଏକ ବଡ କ୍ଷତି, ଯାହା ସମସ୍ତଙ୍କୁ ଦୁଃଖ ଦେଇଛି।” କେବଳ ବିରାଟ ନୁହନ୍ତି ପୂରା ଭାରତୀୟ କ୍ରିକେଟ ଟିମ୍ ଏହି ଆତଙ୍କବାଦୀ ହମଲାକୁ ନିନ୍ଦା କରିଛନ୍ତି।
ବିରାଟ କୋହଲି ଫାଉଣ୍ଡେସନ ତରଫରୁ କୁହାଯାଇଛି ଆରପି ଏସଜି ଭାରତୀୟ ଖେଳ ସମ୍ମାନର ଆୟୋଜନ ଶନିବାର ସଂଧ୍ୟାରେ ହେବାର ଥିଲା। ମାତ୍ର ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପ୍ରତି ସମ୍ମାନ ଜଣାଇ ଏହାକୁ ସ୍ଥଗିତ କରାଯାଇଛି।