ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀରରେ ଟାଟୁ କରିବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନରେ ପରିଣତ ହୋଇଛି। ଟାଟୁ ଜରିଆରେ ଶରୀରରେ ବିଭିନ୍ନ ପ୍ରକାର ଚିତ୍ର କରୁଛନ୍ତି। ହେଲେ ଟାଟୁ ଜରିଆରେ ଶରୀରରେ ସ୍ଵାଧିନତା ସଂଗ୍ରାମୀମାନଙ୍କ ଚିତ୍ର କରିବା ସହିତ ସହିଦମାନଙ୍କ ନାମ ଲେଖାଇବା ବିରଳ।

ଉତ୍ତରପ୍ରଦେଶର ଜଣେ ୩୦ ବର୍ଷୀୟ ଯୁବକ ନିଜ ଶରୀରରେ ସ୍ଵାଧିନତା ସଂଗ୍ରାମୀମାନଙ୍କ ଚିତ୍ର କରି ଓ ୫୬୦ ସହିଦଙ୍କ ନାମ ନିଜ ପିଠିରେ ଲେଖି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଏହି ଯୁବକଙ୍କ ନାମ ଅଭିଷେକ ଗୌତମ। ଏହି ଯୁବକଜଣକ ଭାରତୀୟ ସେନାର ତ୍ୟାଗରେ ପ୍ରଭାବିତ ହୋଇ ଏପରି ଟାଟୁ କରିଥିବା ଜଣାପଡ଼ିଛି।

ଅଭିଷେକଙ୍କୁ ଟାଟୁରେ ନାମ ଲେଖାଇବା ପାଇଁ ୧୨ ଦିନ ସମୟ ଲାଗିଥିଲା। ଅଭିଷେକ ଉତ୍ତରପ୍ରଦେଶର ହାପୁର ସହରରେ ପରିବାର ସହିତ ରୁହନ୍ତି।

“ଯେତେବେଳେ ଜଣେ ବ୍ୟକ୍ତି କାହାକୁ ଅଧିକ ଭଲପାଏ ସେତେବେଳେ ସେ ତା’  ନାଁ ଶରୀରରେ ଲେଖିଥାଏ। ସେମିତି ମୁଁ ସହିଦମାନଙ୍କ ନାମ ଲେଖାଇଛି”, ଏମିତି କହିଛନ୍ତି ଅଭିଷେକ।

ଅଭିଷେକ ତାଙ୍କ ପିଠିରେ ମହାତ୍ମା ଗାନ୍ଧି, ଭଗତ ସିଂହ, ମହାରଣା ପ୍ରତାପ ଆଦି ମହାପୁରୁଷଙ୍କ ଚିତ୍ର କରିଛନ୍ତି। ଅଭିଷେକ ୨୦୧୮ ଜୁଲାଇ ୨୦ରେ ଶରୀରରେ ଟାଟୁ କରିବା ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ୧୨ ଦିନ ସମୟ ଲାଗିଥିଲା।

Comment