ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବାପାଇଁ ବଲିଉଡର ଅନେକ କଳାକାର ଆଗେଇ ଆସିଛନ୍ତି। ସହିଦଙ୍କ ପରିବାର ପାଇଁ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ବଡ଼ ପଦକ୍ଷେପ ନେଇଛନ୍ତି। ସହିଦଙ୍କ ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ ନେଇଛନ୍ତି ରବିନା ଟଣ୍ଡନ।

ନିକଟରେ ଏକ ଆୱାର୍ଡ ଶୋ’ରେ ସେ ଏହି ଘୋଷଣା କରିଛନ୍ତି।  କେବଳ ସେ ନୁହେଁ ବରଂ ସମସ୍ତେ ଏହି ସମୟରେ ଯବାନଙ୍କ ପରିବାର ପାଇଁ ସହାୟତା କରିବାକୁ ହାତ ବଢ଼ାଇବାକୁ ସେ ନିବେଦନ କରିଛନ୍ତି।

ତେବେ କେବଳ ପୁଲୱାମା ଆକ୍ରମଣ ନୁହେଁ, ସମସ୍ତ  ଯବାନଙ୍କ ପିଲାଙ୍କ ପାଠପଢ଼ାରେ ରବିନାଙ୍କ ଫାଉଣ୍ଡେସନ ସହାୟତା ଦେବ ବୋଲି ରବିନା କହିଛନ୍ତି। ଏଥିସହିତ ତାଙ୍କ ଫାଉଣ୍ଡେସନ ପିଲାମାନଙ୍କୁ ସ୍କୋଲାରଶିପ୍‌ ମଧ୍ୟ ସେ କହିଛନ୍ତି।

ରବିନାଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ ଖାନ ଆଦି ବଲିଉଡର ନାମିଦାମୀ କଳାକାର ସହିଦଙ୍କ ପରିବାର ପାଇଁ ସହାୟତାର ହାତ ବଢ଼ାଇଛନ୍ତି।

Comment