ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହାକୁ ସୁଧାରିବା ପାଇଁ ଆଲୋଚନା ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ଏହି ପ୍ରସ୍ତାବ ସେ ଏକ ପ୍ରେସ ମିଟ ଜରିଆରେ ଦେଇଛନ୍ତି। ଏହି ପ୍ରେସମିଟରେ ଇମ୍ରାନ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଉଦାହରଣ ଦେଇଛନ୍ତି ଇମ୍ରାନ। ଯୁଦ୍ଧ ଆରମ୍ଭ ହେଲେ କେବେ ଶେଷ ହେବ ତାହା କେହି କହିପାରିବେ ନାହିଁ ସେ କହିଛନ୍ତି।

“ଯୁଦ୍ଧ ହେଲେ କାହାର ଲାଭ ହେବ ନାହିଁ। ଇତିହାସ ଏହାର ସାକ୍ଷୀ ଅଛି। ନରେନ୍ଦ୍ର ମୋଦିଙ୍କୁ ଆହ୍ୱାନ କରୁଛି, ଆସନ୍ତୁ ବସି ଆଲୋଚନା କରିବା”, କହିଛନ୍ତି ଇମ୍ରାନ।

ଭାରତୀୟ ସୀମାରେ ପାକ୍‌ର ଯୁଦ୍ଧ ବିମାନ ଉଡ଼ାଣ ପ୍ରସଙ୍ଗରେ ମଧ୍‌ର ପ୍ରତିକ୍ରିୟା ଦେଇଛନ୍ତି ଇମ୍ରାନ।

“ଆମେ ବି ପ୍ରତିଆକ୍ରମଣ ସକ୍ଷମ ଜଣାଇବାକୁ ଆଜି ଟାର୍ଗଟେ କଲୁ। କାହାରିକୁ ମାରିବ ବା କ୍ଷତି ଘଟାଇବା ଆମର ଆଜିର ଲକ୍ଷ୍ୟ ନଥିଲା। ପ୍ରତିଆକ୍ରମଣରେଭାରତର ୨ଟି ମିଗ୍‌ ଆମେ ଉଡ଼ାଇ ଦେଉଛୁ। ନଷ୍ଟ ହୋଇଥିବା ମିଗ୍‌ର ପାଇଲଟ ବିୁ ଆମ ପାଖରେ ଅଛନ୍ତି କହିଛନ୍ତି”, ଇମ୍ରାନ।

Comment