ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣକୁ ନେଇ ସୋମବାର ବଡ଼ ବୈଠକ ହେବ। ଏହି ବୈଠକରେ ସ୍ଥଳସେନା, ବାୟୁସେନା, ନୌସେନାର ପ୍ରମୁଖ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

ଏହି ବୈଠକ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ। ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ବୈଠକରେ ପାକିସ୍ତାନର ସୀମା ଅବସ୍ଥା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବ।

ଏହା ବ୍ୟତୀତ ଭାରତ-ଚୀନ ସୀମା ସ୍ଥିତି ସମ୍ପର୍କରେ ଆଲୋଚନା ହେବ। ଦେଶ ସୁରକ୍ଷା ଉପରେ ସରକାର ସେନା ଅଧିକାରୀଙ୍କ ଠାରୁ ପ୍ରତିକ୍ରିୟା ନେବେ।

ଏହି ବୈଠକରେ ଆମେରିକା, ଋଷ ସମେତ ଅନ୍ୟାନ୍ୟ ବଡ଼ ବଡ଼ ଦେଶ ମାନଙ୍କ ସହ ଭାରତର ସମ୍ପର୍କ ଉପରେ ଆଲୋଚନା ହେବ। ଏହି ବୈଠକରେ ନିଜର ପ୍ରତକ୍ରିୟା ରଖିବା ପାଇଁ ବିଦେଶ ମନ୍ତ୍ରାଳୟର ପ୍ରତିନିଧିମାନେ ସାମିଲ ହେବେ।

Comment