ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଏହି ବଜେଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପ ଓ ଉଦ୍ୟୋଗ, ଚାକିରିଆ ଓ ମହିଳାମାନେ ଏହି ବଜେଟ ଉପରେ ଅନେକ ଆଶା ରଖିଛନ୍ତି। ତେବେ ଏହି ବଜେଟରେ କ’ଣ ରହିଛି? ମଧ୍ୟବିତ ପରିବାରଙ୍କ ଚାପ ବଢ଼ିବ ନା କମିବ ତା’ ଉପରେ ବିଶେଷ ନଜର ରହିଛି।

ଆଜି ଦିନ ୧୧ଟାରୁ ବଜେଟ ଆରମ୍ଭ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ବଜେଟ ଆଗତ ହେଉଥିବାରୁ ଏହା ବିଶେଷ ଗୁରୁତ୍ଵପୂର୍ଣ୍ଣ ରହିବ ବୋଲି କୁହାଯାଉଛି। ବିଶ୍ଵର ଅର୍ଥ ବ୍ୟବସ୍ଥାରେ ମନ୍ଥର ଗତି ଆସିଥିବାବେଳେ ଭାରତରେ ଆଗତ ହେଉଥିବା ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଛି।

Tags: #Budget2023 #UnionFinanceMinister #NirmalaSitaraman

Comment