ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଗତକାଲି ରାତିରେ ମୋଦି ବିମାନ ଯୋଗେ ଆମେରିକା ଯାଇଛନ୍ତି। ଏହି ଗସ୍ତରେ ମୋଦି ଆମେରିକାରେ ବହୁ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ଏହାରି ଭିତରେ ସମସ୍ତଙ୍କ ନଜର ରହିବ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମ ଉପରେ।

ଆସନ୍ତା ରବିବାର ଦିନ ଆମେରିକା ଟେକ୍ସାସର ହଷ୍ଟନ ସହରରେ ‘ହାଓଡୀ ମୋଦୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ପାଖାପାଖି ୫୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଯୋଗଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୧ରେ ହଷ୍ଟନ ବିମାନ ବନ୍ଦରରେ ମୋଦୀ ପହଞ୍ଚିଛନ୍ତି। ସେପ୍ଟେମ୍ବର ୨୨ରେ ହାଓଡୀ ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସନ୍ଧ୍ୟାରେ ବିଭିନ୍ନ କମ୍ପାନିର ସିଇଓଙ୍କୁ ଭେଟିବା ସହ ପିଆଇଓ ଏବଂ ଏନ୍‌ଆରଆଙ୍କ ସହ ସାକ୍ଷାତ କରିବେ। ୨୩ରେ କ୍ଲାଇମେଟ୍‌ ଆକ୍ସନ ସମିଟିରେ ମୋଦି ଉପସ୍ଥଇତ ରହିବେ।

ସେହିପରି ସେପ୍ଟେମ୍ବର ୨୪ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ପୁଣି ଥରେ ଭେଟିବେ। ଏହା ସହିତ ଇଣ୍ଡିଆ କେରିକୋମ ସମିଟିରେ ସାମିଲ ହେବେ। ସେପ୍ଟେମ୍ବର ୨୭ରେ ୟୁନାଇଟେଡ ନେସନ ଜେନେରାଲ ଆସେମ୍ବ୍‌ଲି ରେ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Comment