ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।ଜିଲ୍ଲାର ବିଭିନ୍ନ ଗଣ ସଂଗଠନ, ସ୍କୁଲ କଲେଜର ଶିକ୍ଷକ ଓ ଛାତ୍ରଛାତ୍ରୀ ଆତଙ୍କବାଦକୁ ନିନ୍ଦା କରିଛନ୍ତି। କେନ୍ଦ୍ରାପଡା ଜିଲାର ଓକିଲ ସଂଘ, ସାମ୍ବାଦିକ ସଂଘ, ପୂର୍ବତନ ସାମରିକ ସଂଘ, ମୁସଲମାନ ସଂଗଠନ, ଚାନ୍ଦୋଳ କଲେଜର ଛାତ୍ରଛାତ୍ରୀ, ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସଂଗଠନ ପାକିସ୍ତାନର ଏପରି ନାରକିୟ ଆତଙ୍କବାଦକୁ କଡ଼ା ସ୍ୱରରେ ବିରୋଧ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ବାର ଆସୋସିଏସନର ସଭାପତି ଦେବଦାସ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅଦାଲତମାନଙ୍କରେ କାର୍ଯ୍ୟରତ ୧୦ଜଣ ବିଚାରପତି। ଓକିଲ ସଂଘ ପକ୍ଷରୁ ଓକିଲମାନେ ସହରରେ ଶୋଭାଯାତ୍ରା କରି ଆତଙ୍କବାଦ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଶତାଧିକ ଗଣମାଧ୍ୟମର ପ୍ରତିନିଧିମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱତପ୍ରବୃତ ଭାବରେ ସ୍ଥାନୀୟ ଲୋକେ ସାମିଲ ହୋଇଛନ୍ତି।  ସେହିପରି କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସାମରିକ କର୍ମଚାରୀ ସଂଘ ଭାରତ ମାଟିରେ ପାକିସ୍ତାନର ଆତଙ୍କୀ କାରବାରକୁ ଦୃଢ ନିନ୍ଦା କରାଯାଇଛି।  ସହିଦଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ସରକାର ଉପଯୁକ୍ତ ସହାୟତା ଦେବାକୁ ଦାବି କରିଛନ୍ତି।

କେନ୍ଦ୍ରାପଡା ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆତଙ୍କବାଦର ନିନ୍ଦା କରିଥିବା ବେଳେ ଚାନ୍ଦୋଳଠାରେ ଥିବା ହୃଦାନନ୍ଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାନବ ଶୃଙ୍ଖଳ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Comment