ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ସବୁଠୁ ଲୋକପ୍ରିୟ ଚାଟ ଶୋ ‘କଫି ୱିଥ୍‌ କରଣ’ ଏବେ ଫାଇନାଲ ଏପିସୋଡରେ ପହଞ୍ଚିଛି। ଏହି ଶୋକୁ ହୋଷ୍ଟ କରୁଥିବା କରଣ ଜୋହର ଆସୁଥିବା ଅତିଥି ମାନଙ୍କର ବ୍ୟକ୍ତିଗତ ଜୀବନ ବାବଦରେ ଖୁଲାସା କରିଥାନ୍ତି। ଏହା ସହ ଅନେକ ସମୟରେ ଏହି ଶୋ ବିବାଦରେ ବି ରହିଥାଏ।

ଫାଇନାଲ ଏପିସୋଡରେ ବଲିଉଡର ଆଗଧାଡିର ୨ଜଣ ଲୋକପ୍ରିୟ ଅଭିନେତ୍ରୀ ଅତିଥୀ ରହିବେ। ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ କରୀନା କପୁର ଖାନ୍‌ ଏହି ଶୋରେ କରଣଙ୍କ ସହ ନିଜର ଲାଇଫ ସହ ଜଡିତ କିଛି କଥା ଶେୟାର କରିବେ।

କିଛିଦିନ ପୂର୍ବରୁ ଉଭୟ କରୀନା ଓ ପ୍ରିୟଙ୍କା ଏହି ଶୋ ଲାଗି ସୁଟିଂ ଶେଷ କରିଛନ୍ତି। ଏହାପରେ ଏହି ଏପିସୋଡ ଲାଗି ପ୍ରମୋ ଭିଡିଓ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି। ଏହି ଏପିସୋଡ ଫେବ୍ରୁଆରି ୨୪ରେ ଟିଭିରେ ପ୍ରସାରିତ ହେବ।

ପ୍ରମୋରେ ଦେଖିବାକୁ ମିଳିଛି କି ଯେତେବେଳେ କରଣ ପ୍ରିୟଙ୍କାଙ୍କୁ ପଚାରିଲେ ବରୁଣ ଧୱନଙ୍କ ଗର୍ଲ ଫ୍ରେଣ୍ଡ କିଏ ତ ଦେଶୀ ଗର୍ଲ ଚୁପ୍‌ ରହିଯାଇଛନ୍ତି। ଏହାକୁ ନେଇ କରୀନା ଆଶ୍ଚର୍ଯ୍ୟ ହେବା ସହ ପ୍ରିୟଙ୍କାଙ୍କ ଥଟ୍ଟା କରି କହୁଛନ୍ତି,”କଣ ପ୍ରିୟଙ୍କା ଆଜିକାଲି ଆପଣ କେବଳ ହଲିଉଡର ହିଁ ଖବର ରଖୁଛନ୍ତି। ଟିକେ ବଲିଉଡ ବାବଦରେ ଜାଣିବା ବି ଦରକାର। ”ଏହାପରେ ପ୍ରିୟଙ୍କା ଜୋରରେ ହସି କ୍ଷମା ମାଗିଥିବା ଦେଖିବାକୁ ମିଳିଛି।

ତେବେ ଫ୍ୟାନଙ୍କ ପ୍ରିୟ ଶୋ ‘କଫି ୱିଥ୍‌ କରଣ’ର ପ୍ରମୋ ଆସିବାପରେ ଏପିସୋଡକୁ ଉତ୍ସୁକତା ବଢ଼ିବାରେ ଲାଗିଛି।

Comment