ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ଆଫୟାର ବିଷୟରେ ପ୍ରଥମରୁ ଜାଣିଥିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଅକ୍ଷୟ ଏବଂ ସୈଫ୍‌ ଦୁହେଁ ଦୁହିଁଙ୍କୁ ୨୫ ବର୍ଷରୁ ଜାଣିଛନ୍ତି। ଏହି ବନ୍ଧୁତାର ଆରମ୍ଭ ଫିଲ୍ମ ‘ତୁ ଖିଲାଡି ମେଁ ଅନାଡି’ରୁ ଆରମ୍ଭ ହୋଇଥିଲା।

ସେହିପରି ଅକ୍ଷୟ କରୀନା କପୁରଙ୍କ ସହ ମଧ୍ୟ ବହୁତ ଫିଲ୍ମ କରିଛନ୍ତି। ତେବେ ଏହି ତିନି କଳାକାରଙ୍କୁ ଗୋଟିଏ ଫିଲ୍ମ ‘ଟସନ’ରେ ଦର୍ଶକ ପରଦା ଉପରେ ଦେଖିଥିଲେ। ସେତେବେଳେ ଏହି ଫିଲ୍ମ ସୁପରହିଟ୍‌ ହୋଇଥିଲା।

ଅକ୍ଷୟ ଓ କରୀନା ବର୍ତ୍ତମାନ ନିଜ ଅପକମିଂ ଫିଲ୍ମ ଗୁଡ୍‌ ନ୍ୟୁଜ୍‌ର ପୋମୋସନରେ ଲାଗିଛନ୍ତି। ଏକ ପ୍ରୋମୋସନ ସମୟରେ କରୀନାଙ୍କ ସହ ତାଙ୍କ ବଣ୍ଡିଂ ବିଷୟରେ ପ୍ରଶ୍ନ ଆସିଥିଲା। ଏହାଣ ଉତ୍ତର ଦେବାକୁ ଯାଇ ଅକ୍ଷୟ କହିଥିଲେ ଯେ, ସେ ଏକମାତ୍ର ଲୋକ ଯିଏ ସୈଫ୍‌-କରୀନାଙ୍କ ଆଫୟାର ବିଷୟରେ ଜାଣିଥିଲେ।

ଫିଲ୍ମ ଟସନରୁ ହିଁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସୁଟିଂ ବେଳେ ଏହି ତିନି ଷ୍ଟାରଙ୍କ ରୁମ୍‌ ଗୋଟିଏ ପାଖରେ ଥିବାରୁ ତାଙ୍କୁ ଏହି ଖବର ପ୍ରଥମରୁ ହିଁ ଜଣାପଡ଼ି ଯାଇଥିଲା। ତେବେ ସେ ଏହାକୁ ସିକ୍ରେଟ୍‌ କରିଥିଲେ।

ଅକ୍ଷୟ ଏବଂ ସୈଫ୍‌ ଯେମିତି ଦୁହେଁ ଭଲ ସାଙ୍ଗ, ତାଙ୍କ ପୁଅ ଆରବ ଓ ଇବ୍ରାଇମ୍‌ ମଧ୍ୟ ଏବେ ବହୁତ ଭଲ ସାଙ୍ଗ। ବର୍ତ୍ତମାନ ଏହି ଦୁଇ ଷ୍ଟାର ନିଜ ପୁଅଙ୍କୁ ବଲିଉଡ୍‌ରେ ଡେବ୍ୟୁ ପାଇଁ ଚିନ୍ତା କରୁଛନ୍ତି।

Comment