ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଜନୀ କାନ୍ତ, ଅକ୍ଷୟ କୁମାର ଷ୍ଟାରର ‘୨.୦’ ରିଲିଜ୍‌ ହେବା ଆଗରୁ ଏଥିରେ ଅକ୍ଷୟ କୁମାର କେମିତି ଖଳନାୟକ ଭୂମିକା ପାଇଁ ରାଜି ହୋଇଥିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ସେ କ’ଣ ଥିଲେ ପ୍ରଥମ ପସନ୍ଦ ନା ଆଉ କେହି?

ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘୨.୦’ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ନିକଟରେ ଏହାର ଟିଜର ରିଲିଜ୍‌ ହୋଇଥିଲା। ଏହା ମାତ୍ର ୨୪ ଘଣ୍ଟାରେ ସୋସିଆଲ୍ ମିଡିଆରେ ସବୁଠାରୁ ଅଧିକ ଦେଖାଯାଇଥିବା ଭିଡିଓର ରେକର୍ଡ ସୃଷ୍ଟି କରିଛି।

୬୦୦ କୋଟି ବଜେଟ୍‌ରେ ନର୍ମିତ ‘୨.୦’ରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ଦର୍ଶକ ପୁଣି ଥରେ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ତାଙ୍କ ଭୂମିକାଟି ଦୁର୍ଦ୍ଦାନ୍ତ ଖଳନାୟକର। ହେଲେ ଆପଣ କ’ଣ ଜାଣନ୍ତି କି ଏହି ନେଗେଟିଭ୍‌ ରୋଲ୍‌ ଲାଗି ଅକ୍ଷୟ କୁମାର ପ୍ରଥମ ପସନ୍ଦ ନ ଥିଲେ।

ଆଗରୁ ଆହୁରି କେତେଜଣ ସୁପରଷ୍ଟାରଙ୍କୁ ଏହି ରୋଲର ଅଫର୍ ହୋଇଥିଲା, ମାତ୍ର ସେମାନେ କୌଣସି କାରଣରୁ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅବଶେଷରେ ସେହି ଅଫର୍‌ ମିଳିଥିଲା ଅକ୍ଷୟ କୁମାରଙ୍କୁ।

ଆପଣ ଜାଣି ବିସ୍ମିତ ହେବେ ଯେ, ଏହି ଭୂମିକା ନିଭାଇବା ପାଇଁ ଜଣେ ନୁହେଁ କି ଦି’ ଜଣ ଛଅ ଛଅ ଜଣ ସୁପରଷ୍ଟାର ମନା କରିଥିଲେ। ଜାଣନ୍ତି କି ସେହି ଛଅ ଜଣ ଷ୍ଟାର କିଏ ଓ ସେମାନେ କାହିଁକି ପ୍ରତ୍ୟାଖ୍ୟାନ କରିଥିଲେ।

ଅମୀର ଖାନ୍‌

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ୍‌ ଶଙ୍କରଙ୍କ ନିର୍ଦ୍ଦେଶିତ ବିଗ୍‌ବଜେଟ୍‌ ସିନେମା ‘୨.୦’ରେ ଅକ୍ଷୟ କୁମାର କରିଥିବା ଭୂମିକା ଲାଗି ଥିଲେ ପ୍ରଥମ ପସନ୍ଦ। ନିର୍ଦ୍ଦେଶକ ଶଙ୍କର ଏଥିପାଇଁ ଅମୀର ଖାନ୍‌ଙ୍କୁ ଅଫର୍ ଦେଇଥିଲେ।

ଖାଲି ସେତିକି ନୁହେଁ, ସାଉଥ୍‌ ମେଗାଷ୍ଟାର ରଜନୀକାନ୍ତ ମଧ୍ୟ ଅମୀରଙ୍କୁ ଅନୁରୋଧ କରିଥିଲେ। ସେତେବେଳେ ଅମୀର ଖାନ୍‌ ‘ଦଙ୍ଗଲ୍’ ଫିଲ୍ମରେ ବ୍ୟସ୍ତ ଥିଲେ। ସେ ଖଳନାୟକ ଭୂମିକା ନିଭାଇବା ଲାଗି ରାଜି ହୋଇନଥିଲେ।

କମଲ ହାସନ

ନିର୍ଦ୍ଦେଶକ ଶଙ୍କର ଚାହୁଁଥିଲେ ସାଉଥ୍‌ର ଦୁଇ ମେଗାଷ୍ଟାର ରଜନୀ କାନ୍ତ ଓ କମଲ ହାସନଙ୍କୁ ଏକାଠି ଆଣିବାକୁ ‘୨.୦’ରେ। ସେ କମଲଙ୍କୁ ଅଫର୍ ବି ଦେଇଥିଲେ, ହେଲେ କମଲ ହାସନ୍‌ ପ୍ରତ୍ୟାଖ୍ୟାନ କରିଥିଲେ।

ବିକ୍ରମ

ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍‌ ମନା କରିବା ପରେ ଏହି ରୋଲ୍‌ଟି ବିକ୍ରମଙ୍କୁ ଅଫର୍ ହୋଇଥିଲା, କିନ୍ତୁ ସେ ବି ରାଜି ହୋଇନଥିଲେ।

ରିତିକ୍‌ ରୋଶନ୍‌

‘୨.୦’ର ନିର୍ଦ୍ଦେଶକ ଶଙ୍କର ଅକ୍ଷୟ କୁମାର କରିଥିବା ଭୂମିକା ପାଇଁ ସୁପରଷ୍ଟାର ରିତିକ୍‌ ରୋଶନଙ୍କୁ ଅଫର୍ ଦେଇଥିଲେ। କିନ୍ତୁ ରିତିକ୍‌ ରଜନୀକାନ୍ତଙ୍କ ସହିତ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ରାଜି ହୋଇନଥିଲେ। ଏଣୁ ସେ ମନା କରିଥିଲେ।

ନୀଲ ନିତିନ ମୁକେଶ

ଉପରୋକ୍ତ ସୁପରଷ୍ଟାରମାନେ ଅରାଜି ହେବା ପରେ ନିର୍ଦ୍ଦେଶକ ଶଙ୍କର ନୀଲ ନିତିନ ମୁକେଶଙ୍କୁ ନେବା ଲାଗି ଇଛା କରିଥିଲେ। କିନ୍ତୁ ପରେ ଅନୁଭବ କହିଲେ ଯେ, ରଜନୀକାନ୍ତଙ୍କୁ ଟକ୍କର ଦେବାର କ୍ଷମତା ଦେବାର ନାହିଁ ନୀଲଙ୍କର। ଫିଲ୍ମଟି ଦବିଯିବ। ଏଣୁ ସେ ନୀଲ ନିତିନ ମୁକେଶଙ୍କୁ ନେବାର ଇଛା ତ୍ୟାଗ କରିଥିଲେ।

ଅର୍ଣ୍ଣାଲ୍ଡ ମ୍ବାର୍ଜନେଗର

କୌଣସି ବଲିଉଡ ସୁପରଷ୍ଟାର ‘୨.୦’ରେ ନେଗେଟିଭ୍ ରୋଲ୍ କରିବାକୁ ରାଜି ନ ହେବା ଫଳରେ ଖୁବ୍‌ ଚିନ୍ତିତ ହୋଇ ଉଠିଥିଲେ ନିର୍ଦ୍ଦେଶକ ଶଙ୍କର। ତା’ପରେ ସେ ହଲିଉଡ ଷ୍ଟାରଙ୍କ ସନ୍ଧାନରେ ଥିଲେ।

ନିର୍ଦ୍ଦେଶକ ଶଙ୍କର ଏହି ପ୍ରସଙ୍ଗରେ ହଲିଉଡର ଜଣେ ସୁପରଷ୍ଟାରଙ୍କୁ ଭେଟି କଥା ହୋଇଥିଲେ। ଏହି ସୁପରଷ୍ଟାର ହେଲେ ଅର୍ଣ୍ଣାଲ୍ଡ ମ୍ବାର୍ଜନେଗର। ଅର୍ଣ୍ଣାଲ୍ଡ କାହାଣୀ ଓ ଭୂମିକା ଶୁଣିବା ପରେ ରାଜି ହୋଇଥିଲେ। କିନ୍ତୁ ସେ ଯେଉଁ ପ୍ରାଇସ୍‌ ଡିମାଣ୍ଡ୍ କରିଲେ, ତାହା ଦେବାକୁ କୁଣ୍ଠାବୋଧ କରିଲେ ପ୍ରଯୋଜକ। ଫଳତଃ ତାଙ୍କୁ ନ ନେବାର ନିଷ୍ପତ୍ତି ନେଇଥିଲେ ନିର୍ଦ୍ଦେଶକ।

Comment