ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍‌ ବଜେଟ୍ ଫିଲ୍ମ ‘୨.୦’ରେ ଅକ୍ଷୟ କୁମାର ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଚାଲିଛି…

ସାଉଥ୍ ଫିଲ୍ମ ‘୨.୦’ ରିଲିଜ୍‌ ତାରିଖ ଯେତେ ପାଖେଇ ଆସୁଛି, ଏହା ବିଷୟରେ ଅଧିକରୁ ଅଧିକ କଥା ଜାଣିବା ଲାଗି ସିନେପ୍ରେମୀଙ୍କ ଭିତରେ ସେତେ ବେଶି ଉତ୍କଣ୍ଠା ପରିଲକ୍ଷିତ ହେଉଛି।

ଟ୍ରେଲରରେ ଅକ୍ଷୟ କୁମାରଙ୍କୁ ଗୁରୁତ୍ୱ ଦିଆନଯିବା ନେଇ ତାଙ୍କର ପ୍ରଶଂସକମାନେ କ୍ଷୁବ୍ଧ ହୋଇଥିଲେ। ହେଲେ ସେ ସମ୍ପର୍କରେ ନିର୍ଦ୍ଦେଶକ ଶଙ୍କର ନିଜର ସଫେଇ ରଖିଥିଲେ। ଏବେ ଦର୍ଶକମାନେ ଜାଣିବାକୁ ଚାହାଁନ୍ତି କି ‘୨.୦’ରେ ଅକ୍ଷୟ କୁମାରଙ୍କ ଭୂମିକା କ’ଣ?

ପ୍ରାପ୍ତ ସୂଚନା ଅନୁଯାୟୀ, ‘୨.୦’ରେ ସୁପରଷ୍ଟାର ଅକ୍ଷୟ କୁମାର ଜଣେ କ୍ରୋମ୍ୟାନ୍‌ର ଭୂମିକା ନିଭାଉଛନ୍ତି। ଏହି ଫିଲ୍ମରେ ତାଙ୍କ ଅଭିନୀତ ଚରିତ୍ରର ନାଁ ହେଲା ଡକ୍ଟର ରିଚାର୍ଡ। ନିର୍ଦ୍ଦେଶକ ଶଙ୍କର କହିଛନ୍ତି ଯେ, ଏହି ଭୂମିକା ପାଇଁ ଅକ୍ଷୟ କୁମାର ଯେଉଁଭଳି ପରିଶ୍ରମ କରିଛନ୍ତି, ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ।

ପ୍ରଥମ କଥା ହେଲା, ଏଥିଲାଗି ଅକ୍ଷୟ କୁମାରଙ୍କୁ ପ୍ରାୟ ତିନି ଘଣ୍ଟା ଧରି ମେକ ଅପ୍‌ ଦେବାକୁ ପଡ଼ୁଥିଲା। କିନ୍ତୁ ଅକ୍ଷୟ ଆଦୌ ଅସ୍ଥିର ହୋଇନାହାନ୍ତି। ‘୨.୦’ରେ ଅକ୍ଷୟ କୁମାର କୁଆମାନଙ୍କ ସମ୍ପର୍କରେ ଗବେଷଣା କରୁଥିବା ଜଣେ ବୈଜ୍ଞାନିକ ଡାକ୍ତର।

ସେ ଭାବନ୍ତି କେବଳ ମନୁଷ୍ୟ ଏହି ପୃଥିବୀର ପ୍ରକୃତ ଦାୟାଦ ନୁହଁନ୍ତି, ବରଂ ପକ୍ଷୀମାନଙ୍କୁ ବି ମହତ୍ୱ ମିଳିବା ଦରକାର। ସେ ବିକିରଣ ରୋକିବା ପ୍ରୟାସ ବିରୋଧରେ ଲଢ଼େଇରେ ପରାଜୟ ବରଣ କରନ୍ତି ଓ ତା’ର ପ୍ରୟୋଗ ଫଳରେ ଅଧା ମନୁଷ୍ୟ ଅଧା ପକ୍ଷୀ ରୂପ ନିଅନ୍ତି।

ରାସାୟନିକ ପରିବର୍ତ୍ତନ ଯୋଗୁଁ ଅକ୍ଷୟ କୁମାର ବି କୁଆ ରୂପ ନେଇଯାଆନ୍ତି ଓ କେତେକ ଅଲୌକିକ ଶକ୍ତିର ସ୍ୱାମୀ ବନିଯାଆନ୍ତି। ସେ ବିକିରଣରେ ପ୍ରୟୋଗ କରି ବିଶ୍ୱର ସମସ୍ତ ମୋବାଇଲ ଟାୱାର ଓ ଫୋନ୍ ଉପରେ କବ୍‌ଜା କରିଦିଅନ୍ତି। ଏହି ଫିଲ୍ମରେ ବିକିରଣ ଓ ମୋବାଇଲ ଟାୱାର ଓ ଫୋନ୍ ଉପରେ ସଚେତନତା ସୃଷ୍ଟି କରାଯାଇଥିବା ମଧ୍ୟ କୁହାଯାଉଛି।

ଗେଷ୍ଟ ରୋଲରେ ନଜର ଆସିବେ ଐଶ୍ୱର୍ଯ୍ୟା

ଅକ୍ଷୟ କୁମାର ଓ ରଜନୀକାନ୍ତ ଷ୍ଟାରର୍ ଫିଲ୍ମ ‘୨.୦’ରେ ଜଣେ ନାମୀ ନାୟିକାଙ୍କୁ ଅତିଥି ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏହି ଲୋକପ୍ରିୟ ନାୟିକାଜଣକ ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ।

ସେ ‘୨.୦’ର ପ୍ରିକ୍ୱେଲରେ ନଜର ଆସିଥିଲେ। ‘୨.୦’ର ପ୍ରିକ୍ୱେଲ ହେଲା ‘ରୋବୋଟ୍’। ଏଥିରେ ରଜନୀକାନ୍ତଙ୍କ ବିପକ୍ଷରେ ନାୟିକା ଭାବେ ଦେଖା ଦେଇଥିଲେ ଐଶ୍ୱର୍ଯ୍ୟା। ମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ଚିର୍ଚ୍ଚିଙ୍କ ସହିତ ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିବ।

ଏହି ଦୃଶ୍ୟରେ ଐଶ୍ୱର୍ଯ୍ୟା ଚିର୍ଚ୍ଚିଙ୍କୁ ବିଦାୟ ଦେଉଥିବାର ଦେଖିବାକୁ ପାଇବେ ଦର୍ଶକ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଥିପାଇଁ ନିଜର ସମ୍ମତି ଜଣାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ ୨.୦ ଆଗାମୀ ନଭେମ୍ବର ୨୭ ତାରିଖରେ ରିଲିଜ୍ ହେଉଛି।

ଇତିମଧ୍ୟରେ ‘୨.୦’ର ହିନ୍ଦୀ ଟିଜରର ଭିଡିଓକୁ ୩ କୋଟିରୁ ଅଧିକ ଥର ଦେଖା ସରିଲାଣି। ‘୨.୦’ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୋଲି କୁହାଯାଉଛି।

Comment