ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ବିବେକ ଓବରୟ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ କରିଥିବା ଟୁଇଟ ଉପରେ କ୍ଷମା ମାଗିଛନ୍ତି। ବିବେକ ମଙ୍ଗଳବାର ସକାଳେ ପୁଣିଥରେ ଏକ ଟୁଇଟ୍ କରି କ୍ଷମା ମାଗିଛନ୍ତି। ଟୁଇଟ୍ କରି ସେ କହିଛନ୍ତି ତାଙ୍କର ଉଦ୍ଦେଶ୍ୟ କାହାକୁ ବି କଷ୍ଟ ଦେବା ନୁହଁ।

ବିବେକ ଗୋଟିଏ ପରେ ଗୋଟିଏ ୨ଟି ଟୁଇଟ୍ କରିଥିଲେ। ପ୍ରଥମ ଟୁଇଟରେ ସେ କହିଥିଲେ, “କେବେ କେବେ ଯାହା ପ୍ରଥମେ ନଜର ଆସିଥାଏ ତାହା ଆପଣଙ୍କୁ ମଜାଳିଆ ଓ କ୍ଷତି ନ ପହଞ୍ଚାଇବା ପରି ଲାଗିପାରେ ମାତ୍ର ଅନ୍ୟ ଲୋକ ତାହାକୁ ସେମିତି ଦେଖିନଥାନ୍ତି। ମୁଁ କୌଣସି ବି ମହିଳାଙ୍କୁ କ୍ଷତି ପହଞ୍ଚାଇ ପାରିବିନାହିଁ।”

ଏହାପରେ ଆଉ ଏକ ଟୁଇଟରେ ସେ କ୍ଷମା ମାଗିବା ସହ ପ୍ରଥମ ଟୁଇଟକୁ ଡିଲିଇଟ୍ କରିଛନ୍ତି ଏହା ସହିତ ସେ ଲେଖିଛନ୍ତି କି, “ମୋ ମିମକୁ ନେଇ ଯଦି ଜଣେ ବି ମହିଳାଙ୍କ ଆପତ୍ତି ଅଛି ତେବେ ତାହାକୁ ସୁଧାରିବାର ଆବଶ୍ୟକତା ଅଛି ଓ ମୁଁ ସେଥିଲାଗି କ୍ଷମା ମାଗୁଛି ଓ ଟୁଇଟ୍ ଡିଲିଟ୍ କରିଦେଉଛି।”

ସୋମବାର ବିବେକ ନିଜ ଟୁଇଟରେ ଏକ ମିମ୍ ସେୟାର କରିଥିଲେ ଯେଉଁଥିରେ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ନଜର ଆସିଛନ୍ତି। ଏହି ଫଟୋରେ ଓପିନିୟନ ପୋଲ, ଏକଜିଟ୍ ପୋଲ ଓ ଫଳାଫଳକୁ ନେଇ ଐଶଙ୍କ ବ୍ୟକ୍ତିଗତ ଜୀବନକୁ ଜୋଡି ଦେଖାଇବାକୁ ଚେଷ୍ଟା କରାଯାଇଥିବା ଦେଖିବାକୁ ମିଳଥିଲା। ଯାହାକୁ ବିବେକ ରି ଟୁଇଟ୍ କରି ଲେଖିଥିଲେ କି “ହାହା , ଏ କ୍ରିଏଟିଭ୍ ଅଟେ। ଏହାକୁ ନେଇ କୌଣସି ରାଜନୀତି ନୁହଁ….ଏହା ଲାଇଫ।” ଯାହା ପରେ ବିବାଦ ଆରମ୍ଭ ହେବା ସହ ମହିଳା ଆୟୋଗ ବିବେଙ୍କୁ ନୋଟିସ ପଠାଇଛନ୍ତି।

Comment