ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୀର୍ଘ ୨୦ ବର୍ଷ ପରେ ସଲମାନ ଖାନ୍‌ ଓ ସଞ୍ଜୟ ଲୀଳା ଭଂସାଲି ଏକ ରୋମାଣ୍ଟିକ୍‌ ଫିଲ୍ମ ପ୍ରେଜେକ୍ଟ ଲାଗି ଏକାଠି ନଜର ଆସି ପାରନ୍ତି। ଏହି ଫିଲ୍ମର ନାମ ‘ହମ୍‌ ଦିଲ ଦେ ଚୁକେ ସନମ ୨’ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ଅଫିସିଆଲ ଟାଇଟଲ୍‌ର ଘୋଷଣା କରାଯାଇ ନାହିଁ। ଖବର ଅନୁସାରେ ସଲମାନ ଖାନ୍‌ ନିଜ ଅପୋଜିଟ୍‌ରେ କାଟ୍ରିନାଙ୍କ ସହ ଅଭିନୟ କରିବାକୁ ଚାହୁଁଛନ୍ତି। କିନ୍ତୁ ଭଂସାଲି ଏନେଇ ଅରାଜି ପ୍ରକାଶ କରିଛନ୍ତି।

 

ପିଙ୍କ୍‌ଭିଲ୍ଲା ରିପୋର୍ଟ ଅନୁସାରେ ଭଂସାଲି ଏହି ରୋଲ୍‌ ପାଇଁ ଦିପିକା ପୁଦୁକୋଣଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି। କାରଣ ଭଂସାଲି ଓ ଦିପିକା ଅନେକଗୁଡ଼ିଏ ଫିଲ୍ମରେ ଏକାଠି କାମ କରି ସାରିଛନ୍ତି।

ଚର୍ଚ୍ଚା ହେଉଛି କି ଭଂସାଲି ଏହି ପ୍ରୋଜେକ୍ଟ ପାଇଁ ଐଶ୍ୱର୍ଯ୍ୟା ରାୟଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି। ତେବେ ଐଶ୍ୱର୍ଯ୍ୟା ଏନେଇ କୌଣସି ଜବାବ ଦେଇ ନାହାନ୍ତି। କିନ୍ତୁ ୨୦ ବର୍ଷ ପରେ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ଯୋଡ଼ିକୁ ପରଦାରେ ଦେଖିବା ପାଇଁ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିବାରେ ଲାଗିଛି। ଏବେ ଖାଲି ଦେଖିବାକୁ ବାକି ରହିଲା ସଞ୍ଜୟ ଲୀଳାଙ୍କ ଆଗାମୀ ପ୍ରୋଜେକ୍ଟରେ ସଲମାନଙ୍କ ଅପୋଜିଟ୍‌ରେ କିଏ ଅଭିନୟ କରୁଛି।

Comment