ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଜାରି କରାଯାଇଛି ଏକକ ହେଲ୍ପଲାଇନ୍ ନମ୍ବର। ଜରୁରୀକାଳୀନ ସହାୟତା ଲାଗି ଫୋନ୍ ନମ୍ବର ୧୧୨କୁ ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି।
The Emergency Response Support System (ERSS) was launched in New Delhi today. Now persons in distress can dial a pan-India number: 112. Under this system, all the states are setting up a dedicated Emergency Response Centre, ERC. pic.twitter.com/aV3MQvgand
— Rajnath Singh (@rajnathsingh) February 19, 2019
ପୂର୍ବରୁ ଲୋକମାନେ ଜରୁରୀକାଳିନ ସେବା ଅର୍ଥାତ ପୋଲିସ ଲାଗି ୧୦୦, ଅଗ୍ନିଶମ ସେବା ଲାଗି ୧୦୧,ମହିଳା ସହାୟତା ଲାଗି ୧୦୯୦ ନମ୍ବର ଡାଏଲ କରୁଥିଲେ। ମାତ୍ର ଏହା ଏବେ ୧୧୨ ଡାଏଲ କଲେ ଏହି ସମସ୍ତ ସେବା ଲୋକେ ପାଇପାରିବେ। ଆଗାମୀ ଦିନରେ ଆମ୍ବୁଲାନ୍ସ ପାଇଁ ଥିବା ୧୦୮କୁ ମଧ୍ୟ ଏଥିଲେ ସାମିଲ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ରାଜନାଥ ସିଂ ଏହି ସେବାର ଆରମ୍ଭ କରିବା ସହ କହିଛନ୍ତି ଅଳ୍ପଦିନ ମଧ୍ୟରେ ଏହା ସାରାଦେଶରେ ଆରମ୍ଭ କରାଯିବ। ଗୋଟିଏ ନମ୍ବର ଡାଏଲ ଲୋକେ ଏହାର ସୁବିଧା ପାଇପାରିବେ।