ଓଡ଼ିଶାଲାଇଭ୍‌ ବ୍ୟୁରୋ

ବସ୍‌ରେ ମହିଳାଙ୍କ ସୁରକ୍ଷା ଲାଗି ଜାରି ହେଲା ହେଲ୍ପ ଲାଇନ୍‌ ନମ୍ବର। ଯଦି ବସ୍‌ରେ ମହିଳାମାନେ ଅସଦାଚରଣର ଶିକାର ହୁଅନ୍ତି ବା ଅସୁରକ୍ଷିତ ମନେ କରନ୍ତି, ତେବେ ସେମାନେ କମିସନରେଟ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ନମ୍ବରରେ କଲ୍‌ ବା ମେସେଜ୍‌ କରିପାରିବେ। ଏହି ନମ୍ବର ବସ୍‌ରେ ସମସ୍ତଙ୍କ ନଜରକୁ ଆସିବା ଭଳି ସ୍ଥାନରେ ଲେଖାଯିବ।

ହେଲ୍ପଲାଇନ୍ ନମ୍ବର ହେଲା ପୋଲିସ କଣ୍ଟ୍ରୋଲ ରୁମ୍‌ର ୧୦୦, ଲ୍ୟାଣ୍ଡ ଲାଇନ୍‌ ନମ୍ବର ୦୬୭୪-୨୫୪୩୫୪୧, ମୋବାଇଲ ନମ୍ବର/ହ୍ୱାଟ୍ସଆପ୍‌ ନମ୍ବର – ୯୪୩୭୫୮୧୫୭୫ ରେ ଯୋଗାଯୋଗ କରିପାରିବେ।

ଭୁବନେଶ୍ୱରକୁ ଆସୁଥିବା ବା ଭୁବନେଶ୍ୱର ଛାଡ଼ୁଥିବା ସମସ୍ତ ବସ୍‌ରେ ଯାତ୍ରା କରୁଥିବା ମହିଳା ଓ ଯୁବତୀମାନେ ଏହି ନମ୍ବର ଯୋଗେ ନିଜ ଅଭିଯୋଗ ଜଣାଇପାରିବେ।

ବିଭିନ୍ନ ସମୟରେ ବସ୍‌ରେ ଯାଉଥିବା ମହିଳାମାନେ ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ଆସିଛି। କେତେକ କ୍ଷେତ୍ରରେ ବସ୍‌ର କର୍ମଚାରୀମାନେ ମହିଳାମାନଙ୍କ ପ୍ରତି ବ୍ୟବହାର ଖରାପ କରୁଛନ୍ତି। ଏଭଳି ସ୍ଥିତି ଏଡ଼ାଇବା ପାଇଁ ଫୋନ୍‌ ନମ୍ବର ଜାରି କରାଯାଇଛି। ଯଦି ମହିଳାମାନେ କୌଣସି ପ୍ରକାର ଅସଦାଚରଣର ଶିକାର ହୁଅନ୍ତି, ତେବେ ଏହି ନମ୍ବର ମାଧ୍ୟମରେ ଯୋଗାଯୋଗ କରି ଅଭିଯୋଗ କରିପାରିବେ। ପୋଲିସ ମଧ୍ୟ ଅଭିଯୋଗ ଗ୍ରହଣ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକସ୍ଥଳେ ପୋଲିସ ପୀଡ଼ିତାକୁ ଉଦ୍ଧାର କରିପାରିବ।

ପ୍ରଥମେ ଏହି ନିୟକ ଭୁବନେଶ୍ୱରରୁ ପୁରୀ ଓ କଟକ ଯାଉଥିବା ବସ୍‌ରେ କଡ଼ାକଡ଼ି ଲାଗୁ ହେବ। ଏହାପରେ ରାଜ୍ୟବ୍ୟାପି ଲାଗୁ କରାଯିବ।

Comment