ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀଙ୍କ ଟାର୍ଗେଟରେ ପୁରୀ ଶ୍ରୀମନ୍ଦିର। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ଆସିଥିବା ସୂଚନା ଦେଇଛନ୍ତି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ବେହେରା। ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ନଜର ରହିଛି। ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ଥିବା ନେଇ ଗୃହ ମନ୍ତ୍ରାଳୟରୁ ଚିଠି ଆସିଛି।

ଅନ୍ୟପଟେ ନିୟମିତ ବ୍ୟବଧାନରେ ଏହିପରି ଚିଠି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆସିଥାଏ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। “ଏହା ଏକ ନିୟମିତ କାର୍ଯ୍ୟକ୍ରମ। ନିୟମିତ ବ୍ୟବଧାନରେ ଏହିପରି ଚିଠି ଗୃହ ମନ୍ତ୍ରାଳୟରୁ ଆସିଥାଏ। ଶ୍ରୀମନ୍ଦିର ସୁରକ୍ଷ ପାଇଁ ପ୍ରଶାସନ ସଚେତନ ରହିଛି।”,କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ବେହେରା।

ଏହା ପୂର୍ବରୁ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟ ରହିଛି ଶ୍ରୀମନ୍ଦିର। ୩ ବର୍ଷ ପୂର୍ବରୁ ଦିଲ୍ଲୀରୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ପୁରୀର ଏକ ହୋଟେଲ ରହୁଥିଲେ। ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ଟାର୍ଗେଟ ରହିଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଥିଲା।

ଜମ୍ମୁ କଶ୍ମୀର ପୁଲୱାମା ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣରେ ୪୪ ସିଆର୍‌ପିଏଫ୍‌ ଯବାନଙ୍କୁ ଭାରତ ହରାଇଛି। ଏହା ପରେ ପାକିସ୍ତାନ ଓ ଆତଙ୍କବାଦକୁ କଡ଼ା ଜବାବ ଦେବା ପାଇଁ ସାରା ଦେଶ ଏକଜୁଟ ହୋଇଛି। ଠିକ୍‌ ଏହି ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ଆସିଛି। ତେବେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here