ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଛି। ବମିଖାଲ ଓଭରବ୍ରିଜ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଓଭରବ୍ରିଜ ବୁଲି ଦେଖିଥିଲେ।

ବମିଖାଲ ଓଭରବ୍ରିଜକୁ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କରାଯାଇଛି।

ବମିଖାଲ ଓଭରବ୍ରିଜର କାମ ୨୦୧୨ରୁ ଆରମ୍ଭ ହୋଇଥିଲା। ହେଲେ ନିର୍ମାଣ ବେଳେ ଦୁଇ ଥର ପୋଲ ଭୁଶୁଡ଼ିଥିଲା। ୨୦୧୭ ଅକ୍ଟୋବର ମାସରେ ଥରେ ଭୁଶୁଡ଼ିଥିବା ବେଳେ ୨୦୧୮ରେ ମଧ୍ୟ ଥରେ ଭୁଶୁଡ଼ିଥିଲା। ଏହି ଦୁଇଟି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ଜୋର୍ ହେବା ସହ କାମ କରୁଥିବା ଠିକା ସଂସ୍ଥା ନାଁରେ ଏତଲା ମଧ୍ୟ ଦିଆଯାଇଥିଲା। ଶେଷରେ ବମିଖାଲ ଓଭରବ୍ରିଜ ଉଦଘାଟିତ ହୋଇଛି। ୪୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଓଭରବ୍ରିଜ ନିର୍ମାଣ ହୋଇଛି।

ଏହି ଓଭରବ୍ରିଜରେ ବମିଖାଲରୁ ସହିଦନଗର ଏବଂ ସହିଦନଗରରୁ ରସୁଲଗଡ଼ ଯାତାୟତ କରିହେବ।

Comment