ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ପରୀକ୍ଷା ଆରମ୍ଭ କରାଯାଇଛି। ୧୮୦ଟି ପରୀକ୍ଷାକେନ୍ଦ୍ରରେ ମୋଟ ୩୭ହଜାର ୬୪ଜଣ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି।

ଏହି ପରୀକ୍ଷା ପରିଚାଳନା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ୩୭ଟି ସ୍କ୍ଵାଡ୍‌ ଗଠନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ଵତନ୍ତ୍ର ସ୍କ୍ଵାଡ୍‌ ଗଠନ କରାଯାଇ ପରୀକ୍ଷା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛି ବୋଲି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ସୂଚନା ଦେଇଛନ୍ତି।

ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ନିୟନ୍ତ୍ରଣ ପାଇଁ ସ୍କୁଲ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାର ପ୍ରମୂଖ ବିଦ୍ୟାଳୟ ଏମ.କେ.ସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି।

Comment