ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁର, କୁନାପାତ୍ର) ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ନବମ ରାଜ୍ୟସ୍ଥାରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବରେ ସରକାରଙ୍କ ବିଭିନ୍ନ ଜନାହିତକର ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ଓ ବ୍ଲକ ଓ କଳାକାର ସଂଘ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଫଳ ପ୍ରଦର୍ଶନ କରାଯାଇଥିଲା।

କଳାକାରଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମର ଉତ୍ତମ ପ୍ରଦର୍ଶନ ଲାଗି ନବରଙ୍ଗପୁର ଜିଲ୍ଲାକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ସମସ୍ଥ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comment