ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ।

ଟ୍ରମ୍ପ କହିଛନ୍ତି,’’ଏହି ଆତଙ୍କାବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କରେ ଅନେକ ଫରକ ଆସିଛି। ଯାହା ଏକ ଗମ୍ଭୀର ପରିସ୍ଥିତି ଅଟେ।’’

ଏହା ସହିତ ସେ ଆହୁରି କହିଛନ୍ତି କି “ଭାରତ ପାଖାପାଖି ୫୦ଜଣ ଯବାନଙ୍କୁ ହରାଇଛି, ମୁଁ ଏହା ବୁଝିପାରୁଛି। ଅନେକ ସଂଖ୍ୟାରେ ଲୋକ ଏହାକୁ ନିନ୍ଦା କରୁଛନ୍ତି। ଭାରତ ଏହି ଘଟଣା ପରେ କିଛିଗୋଟେ ବଡ ପଦକ୍ଷେପ ନେବା ନେଇ ଚିନ୍ତା କରୁଛି। ଭାରତ ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି।”

ଫେବ୍ରୁଆରି ୧୪ରେ ପୁଲୱାମାରେ ଆତଙ୍କୀଆକ୍ରମଣ ପରେ କେବଳ ଆମେରିକା ନୁହଁ ଅନେକ ରାଷ୍ଟ୍ର ଭାରତ ସହ ଥିବା ଘୋଷଣା କରିଛନ୍ତି।

Comment