ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଲମାନ ଖାନ୍‌ ନିକଟରେ ନିଜ ଆଗାମୀ ଫିଲ୍ମ ନୋଟବୁକ୍‌ର ଟ୍ରେଲର ରିଲିଜ୍‌ କରିଛନ୍ତି। ଏହି ଟ୍ରେଲରେ ସବୁକିଛି ଅଛି। ଟ୍ରେଲରେ ଲଭ୍‌, ଇମୋସନ, ଡିଭୋସନ୍‌କୁ ଏମିତି ଦର୍ଶାଯାଇଛି, ଜଣେ ଦର୍ଶକ ଏଥିରେ ନିଜକୁ ଖୋଜିପାରିବ।

ଏହି ଟ୍ରେଲରଟି ୨ମିନିଟ୍‌ ୫୧ ସେକେଣ୍ଡର ଅଛି। ଏହି ଟ୍ରେଲରକୁ ଅନେକ ଲୋକ ପସନ୍ଦ କରୁଛନ୍ତି। ଯେଉଁଥିରେ ସଲମାନ ଦୁଇଜଣ ନୂଆ ଟାଲେଣ୍ଟକୁ ସୁଯୋଗ ଦେଇଛନ୍ତି।

ଭଲପାଇବା କେତେ ସୁନ୍ଦର ଆଉ ଭଲପାଇବା ବିନା ଦେଖା ବିନା କଥାବାର୍ତ୍ତାରେ ବି କେମିତି ନିବିଡ ହୋଇଥାଏ ତାହା ଏଥିରେ ଦର୍ଶାଯାଇଛି। ଏହା ଫିଲ୍ମ କାଶ୍ମୀରର ଏମିତି ଏକ ଅଞ୍ଚଳର ଅଟେ ଯେଉଁଠି କେହି ବାହାରର ପିଲା ପହଞ୍ଚିବା କଷ୍ଟ ହୋଇଥାଏ।

ସେଠାରେ ଏକ ସ୍କୁଲ ଅଛି ଯେଉଁଠି ୭ଜଣ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି। ସେଠାରେ ଟିଚର ଯେ ଅଛନ୍ତି ତାଙ୍କ ନୋଟବୁକକୁ ଦେଖି ପ୍ରେମରେ ପଡ଼ିଯାଇଛନ୍ତି  ନାୟକ। ବିନା ଦେଖି ବିନା ଜାଣି କେମିତି ଭଲପାଇବା ହେଉଛି ଓ ତାପରେ କାହାଣୀ ଆଗକୁ ଗତି କରୁଛି। ଫିଲ୍ମର ସଫଳତାକୁ ନେଇ ସଲମାନଙ୍କ ସହ ପୂରା ଟିମ୍‌ ଆଶାବାଦୀ ଅଛନ୍ତି।

Comment