ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟର ସଚିନ ତେନ୍ଦୁଲକର ରବିବାର କହିଛନ୍ତି ଭାରତ ସବୁବେଳେ ଖେଳପ୍ରେମୀ ଦେଶ ଭାବେ ସବୁଠି ପରିଚିତ। ମାତ୍ର ଏବେ ଭାରତକୁ ଖେଳରେ ସକ୍ରିୟ ରହୁଥିବା ଦେଶ ହେବା ଦରକାର।

ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସଚିନ କହିଛନ୍ତି,”ଏଠାରେ ଏତେ ସଂଖ୍ୟାରେ ପିଲାଙ୍କୁ ଦେଖି ମୋତେ ଖୁସି ଲାଗୁଛି। ଆମେ ଭାରତକୁ ସୁସ୍ଥ ଓ ଆକ୍ଟିଭ ରଖିବା ଲାଗି ଖେଳକୁ ଭଲପାଉଥିବା ଦେଶଙ୍କ ସହ ମିଶି କାମ କରିବା ଦରକାର।” ଏହାସହିତ ସଚିନ ଆହୁରି ମଧ୍ୟ କହିଛନ୍ତି,’’ଏ ଆମର ସ୍ୱପ୍ନ ହେବା ଦରକାର କାରଣ ଆମ ଦେଶ ସୁସ୍ଥ ହେଲେ ଆମେ ବିକଶିତ ଦେଶ ହୋଇପାରିବା। ଏହା ଲାଗି ସମସ୍ତେ ଆଗେଇ ଆସିବା ଦରକାର। ପିଲାଙ୍କ ଉତ୍ସାହକୁ ଆହୁରି ବଢ଼ାଇବା ଦରକାର।’’

Comment