ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ନୂଆ ନୂଆ ଜିନିଷ ବାହାର କରିବା କ୍ଷେତ୍ରରେ ସବୁବେଳେ ଅନ୍ୟ ଦେଶଠାରୁ ଆଗରେ ଥାଏ। ଚୀନ  ୨୦୧୮ରେ ବିଶ୍ୱର ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ପୁରୁଷ ନ୍ୟୁଜ ଆଙ୍କର ଲଞ୍ଚ କରିଥିଲା। ଏବେ ଚୀନ  ବିଶ୍ୱର ପ୍ରଥମ ମହିଳା ନ୍ୟୁଜ ଆଙ୍କର ଲଞ୍ଚ କରି ପୁଣି ଥରେ ହଇଚଇ ସୃଷ୍ଟି କରିଛି। ଏହି ଆଙ୍କରଙ୍କ ନାଁ ଶିନ ଶାଓମିଙ୍ଗ୍ ରଖାଯାଇଛି।

ଏହି ରୋବୋଟ୍ କିଭଳି ଭାବରେ ସମାଚାର ପଢ଼ୁଛନ୍ତି ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ଏହା ଅନୁମାନ ଲଗାଇବା କଷ୍ଟସାଧ୍ୟ ହୋଇପଡ଼ିଛି ଯେ ଏହା ରୋବୋଟ୍ ନା ଜଣେ ସତସତିକା ମହିଳା ସମାଚାର ପାଠିକା।

ରୋବୋର୍ଟ ଆଙ୍କର ଶାଓମିଙ୍ଗ୍ ଚାଇନାର ସରକାରୀ ସମାଚାର ଏଜେନ୍ସି ଶିହ୍ନୁଆ ଚ୍ୟାନେଲରେ ସମାଚାର ପଢ଼ିଥିଲେ। ୨୦୧୯ ମାର୍ଚ୍ଚରେ ଚାଇନାରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ମହିଳା ରୋବୋର୍ଟ ଶାଓମିଙ୍ଗ୍ ଅଂଶ ଗ୍ରହଣ କରିବେ। ରୋବୋର୍ଟଙ୍କ ଜରିଆରେ ଅନେକ କାମ କରାଇବାର ପଦ୍ଧତି ବିକଶିତ ହୋଇ ସାରିଲାଣି। ଧୀରେଧୀରେ ଏହି ରୋବୋର୍ଟ ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here