ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରୟାଗରାଜ କୁମ୍ଭରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରଥମେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ ମୋଦି ପୂଜାର୍ଚ୍ଚନା ସହ ଦୁଗ୍ଧାଭିଷେକ ମଧ୍ୟ କରିଛନ୍ତି।

ଏହାପରେ ସଫେଇ କର୍ମଚାରୀଙ୍କ ଗୋଡ଼ ଧୋଇ ସେମାନଙ୍କୁ ସମ୍ମାନିତ କରିଥିଲେ। ମୋଦିଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ମୋଦି ସଫେଇ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରିଥିଲେ। ପିତ୍ତଳ ଥାଳିରେ ମୋଦି ନିଜେ କର୍ମଚାରୀଙ୍କ ଗୋଡ଼ ଧୋଇଥିଲେ। ଗୋଡ଼ ଧୋଇବା ପରେ ଗାମୁଛାରେ ସଫେଇ କର୍ମଚାରୀଙ୍କ ଗୋଡ଼ ପୋଛି ଦେଇଥିଲେ। ଏହାପରେ ସଫେଇ କର୍ମଚାରୀଙ୍କୁ ମୁଣ୍ଡ ନୁଆଇଁ ନମସ୍କାର କରିଥିଲେ।

ଏମାନଙ୍କ ଅବଦାନ କୁମ୍ଭରେ ମହତ୍ଵପୁର୍ଣ୍ଣ ହୋଇଥିବାରୁ ମୋଦି ଏମାନଙ୍କୁ ସମ୍ମାନିତ କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ପ୍ରୟାଗରାଜ ଗସ୍ତ ମହତ୍ଵପୁର୍ଣ୍ଣ ବୋଲି ବିଚାର କରାଯାଉଛି। ଜବାହର ଲାଲ ନେହରୁଙ୍କ ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିବା ମୋଦି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ।

Comment