ଓଡ଼ିଶାଲାଇଭ୍ ବ୍ୟୁରୋ
ପାକ୍ର ଭାରତୀୟ ବାୟୁସୀମା ଉଲ୍ଲଂଘନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି।
ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବଡ଼ ବୟାନ ଦେଇଛନ୍ତି।
“ଯଦି ଆମେରିକା ପାକିସ୍ତାନରେ ପଶି ଆଲକାଏଦା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଓସାମା ବିନ ଲାଡେନଙ୍କୁ ହତ୍ୟା କରିପାରିଥିଲା। ତେବେ ଆମେ କାହିଁକି ନୁହେଁ? ଆଜିର ପରିସ୍ଥିତିରେ ସବୁକିଛି ସମ୍ଭବ”, ବୈଠକରେ କହିଛନ୍ତି ଜେଟଲି।
ସେ ଆହୁରି କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ପୂରା ଦେଶ ଆମ ସହିତ ରହିଛି। ତେଣୁ ସବୁକିଛି ସମ୍ଭବ।
“ଆମେରିକା ଯଦି ଲାଡେନକୁ ହତ୍ୟା କରିବାରେ ସଫଳ ହୋଇପାରିଥିଲା ତେବେ ଆମେ ବି ଏଭଳି ଚିନ୍ତା କରିବା କଥା”, କହିଛନ୍ତି ଜେଟଲି।
ତେବେ ଭାରତ ମଧ୍ୟ ପାକିସ୍ତାନରେ ପଶି କିଛି ବଡ଼ ପଦକ୍ଷେପ ନେଇପାରେ ବୋଲି ଜେଟଲିଙ୍କୁ ଏଭଳି ବୟାନ ସୂଚାଉଛି।
ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଏନ୍ଏସ୍ଏ ଅଜିତ ଡୋଭାଲ, ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଉପସ୍ଥିତ ରହିଛନ୍ତି। ବୈଠକରେ ଗୁଇନ୍ଦା ଅଧିକାରୀ ବି ଉପସ୍ଥିତ ରହିଛନ୍ତି।
ବୈଠକରେ ସୀମାର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି। ଭାରତୀୟ ବାୟୁସେନାର ସମସ୍ତ ପାଇଲଟଙ୍କ ସତର୍କ ରହିବାକୁ ମଧ୍ୟ ଆଲୋଚନା ହୋଇଛି। ପାକ୍ର ସୀମା ଉଲଙ୍ଘନ ପାଇଁ ତାକୁ କଡ଼ା ଜବାବ ଦେବାକୁ ବୈଠକରେ ଆଲୋଚନା ହୋଇଛି।