ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଆଗରେ ୧୯୧ ରନ୍ ଟାର୍ଗେଟ୍ ରଖିଛି ଟିମ୍‌ ଇଣ୍ଡିଆ।

ବେଙ୍ଗାଳୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିଛି।

ଟିମ୍‌ ଇଣ୍ଡିଆ ପକ୍ଷରୁ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ କଙ୍ଗାରୁ ଦଳ ସାମ୍ନାରେ ଏତେ ବଡ଼ ସ୍କୋର ହୋଇପାରିଛି। କୋହଲି ମାତ୍ର ୩୮ ବଲରେ ୭୨ ରନ୍ କରି ଅପରାଜିତ ରହିଥିଲେ। ସେଥି ମଧ୍ୟରୁ ୨ ଚୌକା ଓ ୬ ‍ଛକା ରହିଛି।

ସେହିପରି ଲୋକେଶ ରାହୁଲ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଜବରଦସ୍ତ ବ୍ୟାଟିଂବଳରେ ଟିମ୍‌ ଇଣ୍ଡିଆ ୧୯୧ ରନ୍ ଟାର୍ଗେଟ୍ ଦେଇପାରିଛି। ରାହୁଲ ୪୭ରନ୍‌ (୩ ଚୌକା,୪ ଛକା) କରିଥିବା ବେଳେ ଧୋନି ୪୦ (୩ ଚୌକା, ୩ ଛକା) ସଂଗ୍ରହ କରିଛନ୍ତି।

LEAVE A REPLY

Please enter your comment!
Please enter your name here