ଓଡ଼ିଶାଲାଇଭ୍ ବ୍ୟୁରୋ
ପାକ୍ ବିମାନକୁ ପ୍ରତିହତ କରି ପାକ୍ ସେନା ଦ୍ୱାରା ଗିରଫ ହୋଇଥିବା ବୀରଯବାନ ଅଭିନନ୍ଦନ ଭାରତ ଫେରିଛନ୍ତି। ସବୁସ୍ତରର ଲୋକେ ତାଙ୍କୁ ସ୍ୱାଗତ କରିଛନ୍ତି।
ସମସ୍ଥଙ୍କ ମୁହଁରେ ଗୋଟିଏ କଥା, ‘ଆପଣଙ୍କୁ ସ୍ୱାଗତ, ବନ୍ଦେ ଉତ୍କଳ ଜନନୀ’। ଅଭିନନ୍ଦନ ଶତ୍ରୁଦେଶରେ ଶତ୍ରୁଆଖିରେ ଆଖି ମିଳାଇ ସେଠାରୁ ଫେରିଆସିଛନ୍ତି।
ଅଭିନନ୍ଦନ ଏବେ ସମସ୍ଥଙ୍କ ଲାଗି ଏକ ରୋଲ ମଡେଲ ବନିଯାଇଛନ୍ତି। ସମସ୍ଥଙ୍କ ମୁହଁରେ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ।
ବିଏସଏଫ ଓ ପଞ୍ଜାବ ପୋଲିସ ଉପସ୍ଥିତ ଅଛନ୍ତି। ୱିଙ୍ଗ କମାଣ୍ଡର ଫେରିଛନ୍ତି। ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ପାକିସ୍ତାନର ଏଫ୍-୧୬ ବିମାନ ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଭାରତୀୟ ବାୟୁସେନାର ମିଗ୍-୨୧ ଏହାର ଜବାବ ଦେଇଥିଲା।
କିନ୍ତୁ ଦୁଃର୍ଭାଗ୍ୟବସତଃ ଏହି ବିମାନ କ୍ରାସ୍ ହୋଇଯାଇଥିଲା। ଏହି ବିମାନର ପାଇଲଟ ନିଖୋଜ ଅଛନ୍ତି ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଥିଲେ।
ଅନ୍ୟପକ୍ଷରେ ପାକିସ୍ତାନ ସେନା ନିଖୋଜ ବାୟୁସେନାର ପାଇଲଟ୍ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଥିଲା। ଏହାପରେ ପୂରା ଦେଶ ଅଭିନନ୍ଦନଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲା। ସେ ଅପେକ୍ଷାର ଅନ୍ତ ହୋଇଛି। ୱାଘା ବର୍ଡରରେ ପହଞ୍ଚିସାରିଛନ୍ତି ଅଭିନନ୍ଦନ। ସେଠାରେ କାଗଜପତ୍ର ପ୍ରକ୍ରିୟା ଚାଲିଛି।


















