ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀରରେ ପୁଣି ଥରେ ଏନ୍‌କାଉଣ୍ଟର। ଜମ୍ମୁ-କଶ୍ମୀରର କୁପୱାଡା ଜିଲ୍ଲା ଲାଙ୍ଗଏଟି ଗାଁରେ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ଅନ୍ୟପକ୍ଷରେ ଉରୀରେ ଗୁଳି ବିନିମୟ କରାଯାଇଛି। ସୂଚନା ଅନୁଯାୟୀ ଆତଙ୍କବାଦୀ ଲୁଚି ରହିଥିବା ଶୁଣି ସୁରକ୍ଷାକର୍ମୀମାନେ କୁପୱାଡ଼ା ଜିଲ୍ଲା ବାବାଗୁଣ୍ଡ ଅଞ୍ଚଳରେ ଘେରି ସର୍ଚ୍ଚିଙ୍ଗ୍‌ ଅପରେସନ୍‌ ଜାରି କରିଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ଏହି ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।

Comment