ଓଡ଼ିଶାଲାଇଭ୍ ବ୍ୟୁରୋabhinandan

ଭାରତ ମାର ଲଢୁଆ ପୁଅ ଅଭିନନ୍ଦନ ଶତ୍ରୁ ଦେଶରେ ଶତ୍ରୁ ସହ ଆଖିରେ ଆଖି ମିଶାଇ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି। ଅଭିନନ୍ଦନଙ୍କୁ ଏବେ ସାରା ଦେଶ ଅଭିନନ୍ଦନ କରୁଛି। ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି।

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଭାରତ ଫେରିବା ପରେ ଏବେ ତାଙ୍କ ନିଶକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ହେଉଛି। ସମସ୍ତେ ତାଙ୍କ ନିଶର ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି। ଫେସବୁକ୍ ଓ ଟୁଇଟରରେ ଲୋକେ ମନଭରି ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ପୋଷ୍ଟ କରୁଛନ୍ତି। ଅଧିକାଂଶ ଲୋକେ କହୁଛନ୍ତି, “ନିଶ ରଖିବ ତ ଅଭିନନ୍ଦନଙ୍କ ପରି ରଖ। ଏବେ ଟ୍ରେଣ୍ଡ ହେବ ଅଭିନନ୍ଦନଙ୍କ ନିଶ।”

ଜଣେ କମେଣ୍ଟ କରିଛନ୍ତି କି ଅଭିନନ୍ଦନଙ୍କ ନିଶର ଏତେ ଚର୍ଚ୍ଚା ଚାଲିଛି କି ଲାଗୁଛି ଆଗାମୀ ଦିନରେ ଏହା ଫ୍ୟାସନ ଟ୍ରେଣ୍ଡ ହେବ। ଜଣେ ୟୁଜର୍ସ ଲେଖିଛନ୍ତି ଏବେ ଲୋକେ କହିବେ ନିଶ ହେବ ତ ଅଭିନନ୍ଦନଙ୍କ ପରି।

ଶୁକ୍ରବାର ୱାଘା-ଅଟ୍ଟାରୀ ବର୍ଡର ଦେଇ ନିଜ ଜନ୍ମଭୂମିରେ ପହଞ୍ଚିଥିଲେ ଅଭିନନ୍ଦନ। ଆନୁଷ୍ଠାନିକ ଭାବେ ପାକିସ୍ତାନ ସରକାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା।

ବିଏସ୍‌ଏଫ୍‌ ଓ ବାୟୁସେନାର ଅଧିକାରୀମାନେ ନିଜ ଦେଶକୁ ପାଛୋଟି ଆଣିଛନ୍ତି ଭାରତର ବୀର ପୁତ୍ର ଅଭିନନ୍ଦନଙ୍କୁ। ୬୦ ଘଣ୍ଟା ଧରି ଶତ୍ରୁ ଦେଶରେ ରହି ଫେରିଛନ୍ତି ଭାରତର ଲଢ଼ୁଆ ପୁଅ ଅଭିନନ୍ଦନ। ତାଙ୍କ ବାଟକୁ ଚାହିଁ ବସିଥିବା କୋଟି କୋଟି ଭାରତୀୟଙ୍କ ମୁହଁରେ ବର୍ତ୍ତମାନ ଖୁସିର ଲହରୀ ଖେଳିଯାଇଛି।

Comment