ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ଶୁକ୍ରବାର ନିକ ଦେଶକୁ ଫେରିଛନ୍ତି। ପାକିସ୍ତାନ ପାଖାପାଖି ରାତି ୯ଟା ୨୦ରେ ତାଙ୍କୁ ମୁକ୍ତ କରିଥିଲା। ଭାରତ ଫେରିବା ପରେ ସେ ଏବେ ଦିଲ୍ଲୀରେ ଅଛନ୍ତି। ବର୍ତ୍ତମାନ ତାଙ୍କୁ କେତେକ ଯାଞ୍ଚ ପ୍ରକିୟାର ସାମ୍ନା କରିବାକୁ ପଡ଼ିବ। ଯାହା ପରେ ସେ ପୁଣି ବିମାନ ଉଡ଼ାଇପାରିବେ।

ମେଡିକାଲ ଯାଞ୍ଚ

ସର୍ବପ୍ରଥମେ ଅଭିନନ୍ଦନଙ୍କର ମେଡିକାଲ ଯାଞ୍ଚ ହେବ। ଜେନିଭା ସନ୍ଧି ଅନୁସାରେ ଇଣ୍ଟରନ୍ୟାସନାଲ ରେଡକ୍ରସ ସୋସାଇଟି ଅଭିନନ୍ଦନଙ୍କୁ ନିଜ ସାଥୀରେ ନେଇ ତାଙ୍କର ସମସ୍ତ ଯାଞ୍ଚ କରିବ। ମେଡିକାଲ ଯାଞ୍ଚରୁ ଏହା ଜଣାପଡ଼ିବ ତାଙ୍କୁ କୌଣିସି ଆଘାତ ଲାଗିଛି କି ନାହିଁ? ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇଛି କି ନାହିଁ। ନିୟମ ଅନୁସାରେ ତାଙ୍କ ବଡି ସ୍କାନିଙ୍ଗ ମଧ୍ୟ କରାଯିବ।

ଇଣ୍ଟେଲିଜେନ୍ସ ବ୍ୟୁରୋ କରିବେ ପଚରାଉଚରା

ଅଭିନନ୍ଦନଙ୍କର ମେଡିକାଲ ଯାଞ୍ଚପରେ ଇଣ୍ଟେଲିଜେନ୍ସ ବ୍ୟୁରୋ ତାଙ୍କୁ ପଚରାଉଚରା କରିବ। ତାଙ୍କ ସହି ପାକିସ୍ତାନ କିପରି ବ୍ୟବହାର କରିଛି ସେ ବିଷୟରେ ତାଙ୍କୁ ପଚରା ଯିବ। ଅଭିନନ୍ଦନଙ୍କୁ ଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯିବ। ଏହି ସମସ୍ତ ଯାଞ୍ଚ ପରେ ତାଙ୍କୁ ପୁଣି ଥରେ ଡ୍ୟୁଟିରେ ଜଏନ କରିବାକୁ ଅନୁମତି ମିଳିବ।

 

Comment