ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବାଦ ପୁରୁଷ ବିଜୁ ପଟ୍ଟାନାୟକଙ୍କର ଜନ୍ମଜୟନ୍ତୀ ଆଜି। ୧୯୧୬ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ଜନନାୟକ।

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ରେ ଲେଖିଛନ୍ତି, “ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଆଧୁନିକ ଓଡ଼ିଶାର ପ୍ରତ୍ୟେକ ସ୍ମାରକୀରେ ରହିଛି ତାଙ୍କ କାଳଜୟୀ ସ୍ପର୍ଶ। ଶିକ୍ଷା,ଶିଳ୍ପ, ନାରୀ ସଶକ୍ତିକରଣ ସହ ସବୁ ଶ୍ରେଣୀର ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ନିରନ୍ତପ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ।”

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବିଜୁ ପଟ୍ଟନାୟକ ଛକରୁ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା। ମଙ୍ଗଳବାର ସକାଳ ୭ଟାରୁ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ପତାକା ଉଡ଼ାଇ ଏହି ମିନି ମାରାଥନର ଶୁଭାରମ୍ଭ କରିଥିଲେ। ମିନି ମାରାଥନ ବିଜୁ ପଟ୍ଟନାୟକ ଛକରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା।

Comment