ଓଡ଼ିଶାଲାଇଭ୍‌ ବ୍ୟୁରୋ

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଘର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ବିଶାଳ ଜନସମାବେଶରେ ମହାନଗର ନିଗମ ଅଞ୍ଚଳର ୧୦ ହଜାର ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ ଜରିଆରେ ବାସଗୃହ ବଣ୍ଟନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣମାନଙ୍କ ପାଇଁ ମୁଁ କାମ କରୁଛି। ମୁଁ ଯାହା ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ କରିଛି। ଗରିବ ଲୋକଙ୍କ ଖୁସି ମୋ’ ପାଇଁ ବଡ଼ ସନ୍ତୋଷ। ଲୋକଙ୍କ କଲ୍ୟାଣକୁ ସବୁବେଳେ ଅଗ୍ରାଧିକାର ଦେଇ ଆସୁଛନ୍ତି ଆମ ସରକାର। ମହିଳା, ଚାଷୀମାନଙ୍କ ପାଇଁ ସବୁବେଳେ କାମ କରି ଆସୁଛି। ଆଗକୁ ମଧ୍ୟ କରୁଥିବି।”

ମିଶନ ଶକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ପ୍ରତିଶ୍ରୁତି ପାଳନ କରିଛନ୍ତି। ପୂର୍ବରୁ ମା’ ମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ମିଳୁଥିଲା। ଏବେ ଶୂନ ପ୍ରତିଶତରେ ସୁଧ ଦିଆଯାଉଛି।

Comment