ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନଲାଇନ୍‌ରେ ଠକେଇ କରିବାର ନୂଆ ନୂଆ ଉପାୟ ସାମ୍ନାକୁ ଆସୁଛି। ଏବେ ଏମିତି ଏକ ଆପ୍‌ ଆସିଛି ଯାହାକୁ ମୋବାଇଲ୍‌ରେ ଇନଷ୍ଟଲ କରିବାକ୍ଷଣି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍‌ହୋଇଯାଉଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏକ ଆପ୍‌ରୁ ସାବଧାନ ରହିବା ଲାଗି କୁହାଯାଇଛି। ଏହା ସହିତ ବ୍ୟାଙ୍କ ତରଫରୁ କୁହାଯାଇଛି କି ଏହି ଆପ୍‌ ମାଧ୍ୟମରେ ଅନଲାଇନ୍‌ରେ ଠକେଇ କରାଯାଇପାରିବ।

ଆରବିଆଇ କହିଛି କି, “ଠକେଇ କରୁଥିବା ଲୋକ ଏହି ଆପ୍‌କୁ ଇନଷ୍ଟଲ କରିବା ଲାଗି ଅନେକ ପ୍ରକାରର ଚେଷ୍ଟା କରିଥାଏ। ଯେଉଁଥିରୁ ସାବଧାନ ରହିବାର ଆବଶ୍ୟକତା ଅଛି।”

annexec ଏମିତି ଏକ ଆପ୍‌ ଅଟେ। ଯାହା ମାଧ୍ୟମରେ ଅନଲାଇନ୍‌ରେ ଠକେଇ କରାଯାଉଛି। ଆରବିଆଇ ତରଫରୁ ଜାରି କରାଯାଇଥିବା ଆଡଭାଇଜାରି ଅନୁସାରେ ଏହି ଆପ୍‌ ମୋବାଇଲରେ ଇନଷ୍ଟଲ ହେବାକ୍ଷଣି ବ୍ୟାଙ୍କ ଡିଟେଲ୍ସ ସେମାନେ ନେଇଯାଇଥାନ୍ତି, ଯାହାର କିଛି ସମୟ ମଧ୍ୟରେ ହିଁ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥାଏ।

ଆହୁରି ମଧ୍ୟ କୁହାଯାଇଛି କି ଏହି ଆପ୍‌ ମୋବାଇଲରେ ଲଗାତାର ପ୍ରାଇଭେସି ପରମିସନ ମାଗିଥାଏ। ଯଦି କେବେ ପ୍ରାଇଭେସି ପରମିସନ ମିଳିଯାଏ ତେବେ ଆକାଉଣ୍ଟରୁ ଟଙ୍କା ନେବାଲାଗି ସହଜ ହୋଇଯାଏ। ତେବେ ଏହିପରି ଆପ୍‌ ଓ ଅନଲାଇନ୍‌ ଠକେଇକୁ ସାବଧାନ ସହ ସଚେତନ ରୁହନ୍ତୁ।

Comment