ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଅନେକ ଯନ୍ତ୍ରାଂଶ ମଧ୍ୟ ପୋଡ଼ିଯାଇଛି।

ଶୁକ୍ରବାର ସକାଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ପାଥୋଲୋଜି ରୁମ୍‌ରେ ନିଆଁ ଲାଗିଯାଇଥିଲା। ଏହି ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇନଥିଲାବେଳେ ସଟ୍‌ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Comment