ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସେନାକୁ ସମ୍ମାନ ଦେଇ ଟିମ୍‌ ଇଣ୍ଡିଆ ଖେଳୁଛି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ। ରାଞ୍ଚିରେ ଖେଳାଯାଉଥିବା ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ଆର୍ମି କ୍ୟାପ୍‌ ପିନ୍ଧି କ୍ରିକେଟ ଖେଳୁଛନ୍ତି। ଏହି କ୍ୟାପ୍‌ଗୁଡିକୁ ନିଜେ ମହେନ୍ଦ୍ର ସିଂ ଧୋନି ଖେଳାଳିମାନଙ୍କୁ ଦେଇଥିବା ଜଣାପଡ଼ିଛି।

ଭାରତୀୟ ସେନାର ପରାକ୍ରମ, ବଳିଦାନ ଏବଂ ସାହାସିକତାକୁ ସମ୍ମାନ ଦେବା ପାଇଁ ବିସିସିଆଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଏଣିକି ବର୍ଷ ଥରେ ଟିମ ଇଣ୍ଡିଆ ଆର୍ମି କ୍ୟାପ୍‌ ପିନ୍ଧି ଖେଳିବି ବୋଲି ବିବିସିଆଇ ନିଷ୍ପିତ୍ତି ନେଇଛି। ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ଉଦ୍ଦେଶ୍ୟରେ ଏହି କ୍ୟାପ୍‌ ପିନ୍ଧିଛନ୍ତି ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି।

ମ୍ୟାଚ୍‌ ଆରମ୍ଭରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆର୍ମି କ୍ୟାପ ପିନ୍ଧି ଟସ୍‌ରେ ସାମିଲ ହୋଇଥିଲେ। ଟସ୍‌ ଜିତି ଟିମ୍‌ ଇଣ୍ଡିଆ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି। ଏହି ଅବସରରେ ବିରାଟ କୋହଲି କହିଛନ୍ତି, “ଏହା ଏକ ସ୍ୱତନ୍ତ୍ର ଟୋପି, ଭାରତୀୟ ସେନାର ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଆଜି ଆମେ ଏହି କ୍ୟାପ୍‌ ପିନ୍ଧିଛୁ।”

ବର୍ତ୍ତମାନ ପ୍ରାଦେଶିକ ସେନାର ଲ୍ୟାପ୍ଟିନେଣ୍ଟ କର୍ନଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନି ମ୍ୟାଚ୍‌ ପୂର୍ବରୁ ପଡ଼ିଆରେ କୋହଲିଙ୍କୁ ଏହି କ୍ୟାପ୍‌ ଦେଇଥିଲେ। ଅନ୍ୟପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଆୟ ହେଉଥିବା ସମସ୍ତ ଅର୍ଥକୁ ସହିଦଙ୍କ ପରିବାରକୁ ଦିଆଯିବ ବୋଲି କୁହାଯାଇଛି।

Comment