ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାକରେ ପ୍ରତିବର୍ଷ ପାରା ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏଥିରେ ବହୁ ସଂଖ୍ୟାରେ ପ୍ରଶିକ୍ଷଣ ନେଇଥିବା ପାରା ସାମିଲ ହୋଇଥାଆନ୍ତି। ଏହା ବାଗଦାଦରୁ ପ୍ରାୟ ଶହେ କିଲୋମିଟର ଦୂର ଏକ ଖୋଲା ପଡିଆରେ ଅନୁଷ୍ଠିତ ହୋଇଥାଏ। ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାରାଗୁଡ଼ିକୁ ଟ୍ରକ ଭିତରେ ଭର୍ତ୍ତି କରାଯାଇ ଅଣାଯାଇଥାଏ।
ସୂର୍ଯ୍ୟର ପ୍ରଥମ କିରଣରୁ ଆରମ୍ଭ ହୋଇଥାଏ ପ୍ରତିଯୋଗିତା। ଏଥିରେ ପାଖାପାଖି ୧୪ ହଜାର ପାରା ଭାଗ ନେଇଥାଆନ୍ତି। ରେସରେ ଭାଗ ନେବା ପୂର୍ବରୁ ଏମାନଙ୍କୁ ଶହ ଶହ ଘଣ୍ଟାର ପ୍ରଶିକ୍ଷଣ ଦିଆଯାଇଥାଏ। ଏମାନେ ଶେଷରେ ୬ଶହ କିଲୋମିଟର ଅତିକ୍ରମ କରିଥାଆନ୍ତି। ଘଣ୍ଟାକୁ ଏହି ପାରା ୯୦ କିଲୋମିଟର ପ୍ରତି ଘଣ୍ଟାରେ ଉଡିଥାଆନ୍ତି। ତେବେ ଏହି ରେସରେ ଯେଉଁ ପାରା ବିଜୟୀ ହୋଇଥାଏ ତାକୁ ନେଇ ହୋଇଥାଏ ମୂଲଚାଲ।
ବିଜେତା ପାରାଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୩ଲକ୍ଷ ଟଙ୍କା ଦେଇ ଲୋକେ କ୍ରୟ କରିଥିବା କୁହାଯାଏ। ହେଲେ କିଛିଦିନ ପୂର୍ବେ ଏହି ରେସ୍ ଜିତିଥିବା ଏକ ପାରା ପାଖାପାଖି ୬୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା କୁହାଯାଏ। ଯାହା ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ପାରାଙ୍କ ମଧ୍ୟରେ ସବୁଠାରୁ ଦାମୀ ପାରା ବୋଲି କୁହାଯାଏ। ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥାଏ। ରେସରେ ଜିତିଥିବା ପାରା ମାଲିକଙ୍କୁ ୭ ହଜାର ଟଙ୍କା ମିଳିଥାଏ। ପାରା ପ୍ରତିଯୋଗିତା ସର୍ବପ୍ରଥମେ ଆମେରିକା ଏବଂ ୟୁରୋପରୁ ଆରମ୍ଭ ହୋଇଥିବା କୁହାଯାଏ ।