ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରା ଏକ ସାଧାରଣ ପକ୍ଷୀ। ଆଖ-ପାଖ ରାସ୍ତା, ଗଛ, ବଗିଚା, ଘର ଓ ପଡ଼ିଆରେ ପ୍ରତିଦିନ ଶହଶହ ପାରା ଦେଖିବାକୁ ମିଳିଥାଏ। ତେବେ ଗୋଟିଏ ପାରାର ମୂଲ୍ୟ ୯ କୋଟି ଟଙ୍କା ରହିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଦୁନିଆରେ ଏମିତି ଏକ ପାରା ରହିଛି, ଯିଏକି ବହୁତ ଖାସ୍ ରହିଛି। ଏହି ପାରାର ମୂଲ୍ୟ ୯.୭ କୋଟି ଟଙ୍କା। ଏହି ପାରାକୁ ଚାଇନାର ଜଣେ ବ୍ୟକ୍ତି ୧.୪ ମିଲିୟନ ଡଲାର ଅର୍ଥାତ୍ ୯.୭କୋଟି ଟଙ୍କା ଦେଇ କିଣିଛନ୍ତି।

ବେଲଜିୟମରେ ରହୁଥିବା ଏହି ପାରାର ନାମ ଅରମାଣ୍ଡୋ। ଯିଏକି ଦୀର୍ଘତମ ରେସ୍ ପାଇଁ ଜଣାଶୁଣା ରହିଛି। ଅରମାଣ୍ଡୋ ଏକମାତ୍ର ଲଙ୍ଗ-ଡିସଣ୍ଟେସ୍ ରେସିଙ୍ଗ ପାରା ଅଟେ। ସେଥିପାଇଁ ନିଲାମରେ ସବୁଠାରୁ ଦାମୀକା ପକ୍ଷୀ ଭାବେ ଅରମାଣ୍ଡୋ ପାରା ବିକ୍ରି ହୋଇଯାଇଛି। ଅରମାଣ୍ଡୋକୁ ଏବେ ୫ବର୍ଷ ଏବଂ ତାର ଅବସର ସମୟ ଆସିବା ଜାଣି ବି ଚୀନର ଜଣେ ବ୍ୟକ୍ତି ତାଙ୍କୁ କିଣି ନେଇଛନ୍ତି। ପାରାଙ୍କ ଏହି ନିଲାମିରେ ଅରମାଣ୍ଡୋ ସମେତ ପାଖାପାଖି ୧୭୮ଟି ପାରା ବିକ୍ରି ହୋଇଛି। ଏଥିରେ ଅରମାଣ୍ଡୋର ସାତଟି ଛୁଆ ବି ସାମିଲ ରହିଥିବା ଜଣାପଡ଼ିଛି।

Comment