ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଫା ବିଶ୍ଵକପ ୨୦୨୨ରେ ବୁଧବାର ୪ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚଟି ମରୋକ୍କୋ ଓ କ୍ରୋଏସିଆ ମଧ୍ୟରେ ବିନା ଗୋଲରେ ଡ୍ର ରହିଛି। ଦ୍ଵିତୀୟ ମ୍ୟାଚରେ ଜାପାନ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ସେହିପରି ତୃତୀୟ ମ୍ୟାଚରେ ସ୍ପେନ, କୋଷ୍ଟାରିକାକୁ ୭-୦ ଗୋଲରେ ପରାସ୍ତ କରିଛି। ଶେଷ ମ୍ୟାଚରେ ବେଲଜିୟମ ୧-୦ ଗୋଲରେ କାନାଡାକୁ ପରାସ୍ତ କରିଛି।

ପ୍ରଥମ ମ୍ୟାଚ୍ ଗ୍ରୁପ୍ –ଏଫରେ ମରୋକ୍କୋ ଓ କ୍ରୋଏସିଆ ମଧ୍ୟରେ ଦିନ ୩ଟା ୩୦ ମିନିଟରେ ଖେଳାଯାଇଥିଲା।ଏହି ମ୍ୟାଚରେ ଉଭୟ ଦଳ କୌଣସି ଗୋଲ କରିପାରିନଥିଲେ। ଫଳରେ ମ୍ୟାଚଟି ଡ୍ର ରହିଥିଲା। ମ୍ୟାଚରେ ଉଭୟ ଦଳ ବହୁତ ଭଲ ଖେଳି ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ।

ଦ୍ଵିତୀୟ ମ୍ୟାଚ ଗ୍ରୁପ୍–ଇ ରେ ଜର୍ମାନୀ ଓ ଜାପାନ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯାଇଥିଲା। ୪ ଥର ବିଶ୍ଵକପ ବିଜେତା ଦଳ ଜର୍ମାନୀକୁ ଜାପାନ ଆଶ୍ଚର୍ଯ୍ୟଜନକ ଭାବେ ୨-୧ ଗୋଲରେ  ପରାସ୍ତ କରିଛି। ମ୍ୟାଚରେ ଜର୍ମାନୀ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ମ୍ୟାଚର ୩୧ତମ ମିନିଟର ଜର୍ମାନୀର ଇକଲେ ଗୁଣ୍ଡୋଗାନ ଏକମାତ୍ର ଗୋଲ କରିଥିଲେ।  ମ୍ୟାଚର ପ୍ରଥମ ଭାଗରେ ଜର୍ମାନୀ ଆଧିପତ୍ୟ ବଜାୟ ରଖି ୧-୦  ଗୋଲରେ  ଆଗୁଆ ରହିଥିଲା। ମ୍ୟାଚର ଦ୍ଵିତୀୟ ଭାଗରେ ଜାପାନ ଉତ୍ତମ ଖେଳ ପ୍ରଦର୍ଶନ ଆରମ୍ଭ କରିଥିଲା। ଜାପାନ ପକ୍ଷରୁ ଋତସୁ ଦୋଆନ ୭୫ ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ୮୩ ତମ ମିନିଟରେ ତାକୁମୋ ଆସାନୋ ଜାପାନ ପକ୍ଷରୁ ଆଉ ଏକ ଗୋଲ ଦେଇଥିଲେ। ପରେ ଜର୍ମାନୀ ଆଉ କିଛି କରିସ୍ମା କରିପାରିନଥିଲା। ଜାପାନର  ଏହି  ବିଜୟ ଜର୍ମାନୀ ପାଇଁ ଏକ ବ୍ୟପର୍ଜୟ ସାବ୍ୟସ୍ତ ହୋଇଛି।

ସେହିପରି  ରାତି ରାତି ୯ଟା ୩୦ ମିନିଟରେ ଗ୍ରୁପ୍–ଇ ରେ ଖେଳାଯାଇଥିବା ମ୍ୟାଚରେ ସ୍ପେନ ୭-୦ ଗୋଲରେ କୋଷ୍ଟାରିକାକୁ ପରାସ୍ତ କରିଛି। ଏହି ମ୍ୟାଚରେ ସ୍ପେନ ଆକ୍ରମଣାତ୍ମକ ଖେଳ ଆରମ୍ଭ କରି କୋଷ୍ଟାରିକାକୁ କୌଣସି ଗୋଲ କରିବାକୁ ସୁଯୋଗ ଦେଇନଥିଲା। ସ୍ପେନ ପକ୍ଷରୁ ଫରେନ ଟୋରେସ ୨ଟି ଗୋଲ ଦେଇଥିଲେ।

ରାତି ୧୨ଟା ୩୦ ମିନିଟରେ ଗ୍ରୁପ୍–ଏଫରେ ବେଲଜିୟମ ଓ କାନାଡା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବେଲଜିୟମ ୧-୦ ଗୋଲରେ କାନାଡାକୁ ପରାସ୍ତ କରିଛି। ଖେଳା ଆରମ୍ଭରୁ କାନାଡା ଆଧିପତ୍ୟ ବିସ୍ତାରକରିଥିଲେ ମଧ୍ୟ ୪୪ ତମ ମିନିଟରେ ବେଲଜିୟମର ମିଚି ବତ୍ସୁଆୟି ଏକ ଗୋଲ ଦେଇ ବେଲଜିୟମକୁ ଅଗ୍ରଣୀ କରିଥିଲେ। ପରେ କାନାଡା ଆଉ କୌଣସି ଗୋଲ କରିପାରିନଥିଲା।

ଗୁରୁବାର ଫିଫା ବିଶ୍ଵକପରେ ୪ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍–ଜି ରେ ସୁଇଜରଲ୍ୟାଣ୍ଡ ଓ କାମେରୁନ ମଧ୍ୟରେ ଦିନ ୩ଟା ୩୦ ମିନିଟରେ ଖେଳାଯିବ। ଏହାପରେ ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍-ଏଚ ରେ ଉରୁଗୁଏ ଓ  ଦକ୍ଷିଣ କୋରିଆ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯିବ । ସେହିପରି ତୃତୀୟ ମ୍ୟାଚଟି ଗ୍ରୁପ୍–ଏଚ ରେ ପର୍ତ୍ତୁଗାଲ  ଓ ଘାନା ମଧ୍ୟରେ ରାତି ୯ଟା ୩୦ ମିନିଟରେ ଏବଂ ଚତୁର୍ଥ ମ୍ୟାଚ ଗ୍ରୁପ୍–ଜି ରେ ବ୍ରାଜିଲ ଓ ସର୍ବିଆ ମଧ୍ୟରେ ରାତି ୧୨ଟା ୩୦ ମିନିଟରେ ଖେଳାଯିବ।

Tags: #FIFAWorldCup2022 #Qatar #Japan #Spain #Belgium #Football #FIFA #OdishaLive #Sports

LEAVE A REPLY

Please enter your comment!
Please enter your name here